Odisha news

ସାମ୍ୟବାଦୀ ନେତା ଲିଙ୍ଗରାଜଙ୍କ ୧୭ତମ ବାର୍ଷିକ ସ୍ମୃତି ସମାରୋହ

0

ନିମାପଡା,୧୮ା୧ା :ଚାଷୀ ମୂଲିଆ ତଥା ସାମ୍ୟବାଦୀ ନେତା ଲିଙ୍ଗରାଜ ଦାଶଙ୍କ ଆଜି ୧୭ତମ ବାର୍ଷିକ ଶ୍ରାଦ୍ଧସôବରେ ଲିଙ୍ଗରାଜ ଦାଶ ଫାଉଣ୍ଡେସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପୂର୍ବାହ୍ନରେ ନିମାପଡା ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଂଟନ,ମହାତ୍ମା ଗାନ୍ଧୀ,ବିଜୁ ପଟ୍ଟନାୟକ,ସ୍ୱର୍ଗତ ମୋହନ ଦାଶଙ୍କ ପ୍ରତିମୂର୍ତି,ସହୀଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଥିଲା ।ନିମାପଡା ଏନ୍ଏସି ଗୁହାଳପଡା ସରକାରୀ ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ ଆଇନଜୀବୀ ମତୁ୍ୟଞ୍ଜୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମତି ସମାରୋହରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର,ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଅନୀଲ କୁମାର ବିଶ୍ୱାଳ,ସମ୍ମାନିତ ଅତିଥିଭାବେ ସିପିଆଇ ନେତା ଦେବେନ୍ଦ୍ର ସାହୁ,ଲିଙ୍ଗରାଜ ଦାଶ ଫାଉଣ୍ଡେସନର ସଭାପତି ପ୍ରଦୀପ୍ତ ଖଟୋଇ,ନିମାପଡା ବିଇଓ ହିମାଂଶୁ ଭୂଷଣ ସମର୍ଥ,ରାଜ୍ୟ କୃଷକ ସଭା କାର୍ଯ୍ୟକାରୀ ସଭାପତି ସନାତନ ପାତ୍ର,ନିମାପଡା ବ୍ୟବସାୟୀ ସଭାପତି ପଦ୍ମ ଚରଣ ସାହୁ,ପୂର୍ବତନ ନଗରପାଳ ସନାତନ ପ୍ରଧାନ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଧିର ରଂଜନ ଦାଶ,ନଗର ବିଜେଡି ସଂପାଦକ ସନ୍ତୋଷ ଓଝା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ସ୍ୱର୍ଗତ ଦାଶଙ୍କ ସୁପୁତ୍ର ସନ୍ତୋଷ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Nalco
Leave A Reply