ନିମାପଡା : ସ୍ଥାନୀୟ ଭୋଗଶାଳଦା ପଂଚାୟତର ଜନୈକା ବିବାହିତା ମହିଳାଙ୍କୁ ଗତ ୩୦ ତାରିଖରେ ଜଣେ ପ୍ରଧାନ ଶିକ୍ଷକ ଅପହରଣ କରି ନେଇଥିବା ନେଇ ମହିଳାଙ୍କ ସ୍ୱାମୀ ନିମାପଡା ଥାନାରେ ଅଭିଯୋଗ କରିଛନ୍ତି ।ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।ଏହି ଘଟଣା ନିମାପଡା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରକାଶ ଯେ,ନିମାପଡା ଥାନା ଭୋଗଶାଳଦା ପଂଚାୟତ ଏକ ସ୍କୁଲର ପ୍ରଧାନ ଶିକ୍ଷକ ଥିବା ପାଟପୁର ଗ୍ରାମର ଅଶୋକ ମହାନ୍ତି(୫୩)ଗତ ୩୦ ତାରିଖରେ ଉକ୍ତ ପଂଚାୟତର ଜନୈକା ବିବାହିତା ମହିଳାଙ୍କୁ ଅପହରଣ କରି ନେଇଯାଇଥିବା ମହିଳାଙ୍କ ସ୍ୱାମୀ ନିମାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗକୁ ଭିତିକରି ପୁଲିସ ଶିକ୍ଷକ ଅଶୋକଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହିତ ତାଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ।
ଅଶୋକ ବିବାହିତ ତାଙ୍କର ଦୁଇଟି ସନ୍ତାନ ଥିବା ବେଳେ ମହିଳାଙ୍କ ଗୋଟିଏ ୧୧ବର୍ଷର ପୁତ୍ର ସନ୍ତାନ ରହିଥିବା ଜଣାପଡିଛି ।ଅଶୋକ ଓ ମହିଳାଙ୍କ ମଧ୍ୟରେ କୁଆଡେ ପ୍ରେମ ସଂପର୍କ ରହିଥିବା ଶୁଣିବାକୁ ମିଳିଛି
