ନିମାପଡା :ନିମାପଡା ଏନ୍ଏସି ପକ୍ଷରୁ ଥାନା ସମ୍ମୁଖ ସହୀଦ ସ୍ମୃତିସ୍ତମ୍ଭ ନିକଟରେ ସହୀଦ ଦିବସ ଆଜି ପାଳିତ ହୋଇଯାଇଛି ।ଜାତୀୟ ପତାକା ଉତୋଳନ କରାଯିବା ସହିତ ସହୀଦଙ୍କ ଉଦେ୍ଧଶ୍ୟରେ ନିମାପଡା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପିଡି ନିରଂଜନ ସେନ,ନିମାପଡା ବ୍ଲକ ଅଧ୍ୟକ୍ଷା ମନସ୍ୱିନୀ ଖଟୋଇ,ପୂର୍ବତନ ନଗରପାଳ ସନାତନ ପ୍ରଧାନ,ବିଡିଓ ମନୋଜ ବେହେରା,ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ,ଏସ୍ଡିପିଓ ପ୍ରଦୀପ ଦଳାଇ,ଥାନା ଆଇଆଇସି ଜନାର୍ଦ୍ଦନ ପାଢୀ,ସହୀଦ ସ୍ମୃତି ସଂସଦର ସଂପାଦକ ଡଃ. ବେଣୁଧର ସେନାପତି,ବିଜେଡି ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ ।ସହୀଦ ଉଚ୍ଛବ ମଲ୍ଲିକଙ୍କ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରାଯିବା ସହିତ ଦେଶ ପାଇଁ ସହୀଦଙ୍କ ବଳିଦାନକୁ ମନେ ପକାଇଥିଲେ

LEAVE A REPLY

Please enter your comment!
Please enter your name here