ନିମାପଡା :ଆଜି ସକାଳେ  ମନ୍ଦିରରୁ ଠାକୁରଙ୍କ ଦର୍ଶନ ସାରି ସ୍ୱାମୀଙ୍କ ସହିତ ବାଇକରେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ଏକ ବାଇକରେ ଦମ୍ପତିଙ୍କ ପିଛାକରି ଆସି ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେବା ବେଳେ ଜଣେ ଲୁଟେରା ବାଇକ ପଛରୁ ଖସି ଖସିପଡିବାରୁ ଲୋକଙ୍କ ହାତରେ ଧରାପଡିଛି ।ଅନ୍ୟ ଲୁଟେରା ଜଣକ ବାଇକରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଧରାପଡିଥିବା ଲୁଟେରା ଜଣକୁ ଲୋକେ ନିସ୍ତୁକ ପିଟି ପୁଲିସର ଜିମା ଦେଇଛନ୍ତି ।ପ୍ରକାଶ ଯେ,ସ୍ଥାନୀୟ ଓମ୍ଫେଡ ଛକ ନିକଟସ୍ଥ ଗୈାତମ ନଗରର ବାସିନ୍ଦା ଅନୁପ କୁମାର ବରାଳ ଓ ତାଙ୍କ ପତ୍ନୀ ମମତା ବରାଳ ଆଜି ସକାଳେ ହାଟଛକ ପୂର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରି ବାଇକରେ ଘରକୁ ଫେରୁଥିବା ବେଳେ ୨ଜଣ ଲୁଟେରା ଏକ ବାଇକରେ ତାଙ୍କ ପିଛାକରି ଆସିଥିଲେ ।କେନାଲବନ୍ଧ ରାସ୍ତା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ନିକଟରେ ବାଇକ ପଛରେ ବସିଥିବା ଲୁଟେରା ଜଣକ ମମତାଙ୍କ ବେକରୁ ସୁନାଚେନ ଭିଡି ଛିଣ୍ଡାଇ ନେଇ ପଳାଇବାକୁ ଉଦ୍ୟମ କରିବା ସମୟରେ ଲୁଟେରା ଏବଂ ମମତା ବାଇକ ପଛରୁ ତଳକୁ ପଡିଯାଇଥିଲେ ।

ବାଇକ ଚଳାଉଥିବା ଅନ୍ୟ ଲୁଟେରା ଜଣକ ସେଠାରୁ ବାଇକ ଧରିି ଫେରାର ହୋଇଯାଇଥିଲା ।ସେଠାରେ ଉପସ୍ଥିତ ଥିବା ଲୋକେ ତଳେ ପଡିଯାଇଥିବା ଲୁଟେରାକୁ ଧରି ତାକୁ ନିସ୍ତୁକ ପିଟିବା ସହିତ ପୁଲିସର ଜିମା ଦେଇଥିଲେ ।ଏସଂପର୍କରେ ମହିଳା ଜଣକ ନିମାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଧରାପଡିଥିବା ଲୁଟେରା ଜଣକ  ଟୁଲୁ ମିର୍ଜା ଘର ନୟାହାଟ ଅଂଚଳ ବୋଲି ଜଣାପଡିଛି ।ପୁଲିସ ତା ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ପଚରାଉଚରା ଚଳାଇଛି

LEAVE A REPLY

Please enter your comment!
Please enter your name here