ନିମାପଡା,୩୦ା୮ : ଭାର୍ଗବୀ,କୁଶଭଦ୍ରା ଓ ଧନୁଆଁ ନଦୀରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି ।ଧନୁଆଁ ନଦୀରେ ବନ୍ୟା ଆସିବା ଫଳରେ ନଦୀ ପାଶ୍ୱବର୍ତୀ ନିମାପଡା ବ୍ଲକ ଅନ୍ତର୍ଗତ ୧୦ଟି ପଂଚାୟତର ବ୍ୟାପକ ଗାଁ ଜଳମଗ୍ନ ହେବା ସହିତ ୫୦ରୁ ଉଦ୍ଧ୍ୱର୍ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି । ଆଜି ସଂଧ୍ୟାରେ ନିମାପଡା-ପିପିଲି ମୁଖ୍ୟ ରାସ୍ତାର କାଜିପାଟଣା ଛକ ନିକଟରେ ୩ ଫୁଟ ଉଚ୍ଚରେ ଧନୁଆଁ ବନ୍ୟାଜଳ ପ୍ରବାହିତ ହେବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡିଯାଇଛି ।
ଫଳରେ ଧାନ,ପାନ ଓ ପନିପରିବା ଫସଲ ଆଦି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।ଆଜି ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବ୍ଲକର ହରିପୁର,ବଳଙ୍ଗା,ଉଚ୍ଛୁପୁର,ସାଇଁସ ଶାସନ ଆଦି ପଂଚାୟତକୁ ଯାଇ ବନ୍ୟାସ୍ଥିତି ଅନୁଧ୍ୟାହ୍ନ କରିବା ସହିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।ସେହିପରି ପୁରୀ ଏଡିଏମ୍ ପ୍ରଦୀପ ସାହୁ,ବିଡିଓ ମନୋଜ ବେହେରା ,ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ବନ୍ୟା ପ୍ରଭାବିତ ଅଚଂଳର ସ୍ଥିତି ଦେଖିଛନ୍ତି ।୫୦ କୁଇଂଟାଲ ଚୁଡା,୨୦ କୁଇଂଟାଲ ଗୁଡ ମହଜୁଦଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍,ଓଡ୍ରାଫ୍,ଦମକଳ ବାହିନୀ ସଜାଗ ରହିଛନ୍ତି ।୪ଟି ମେସିନ ଚାଳିତ ବୋର୍ଟ ଏବଂ ୨ଟି ଦେଶୀ ଡଙ୍ଗା ମହଜୁଦ ରହିଛି ।ଆବଶ୍ୟକ ପଡିଲେ ଅଧିକ ଡଙ୍ଗା ଅଣାଯିବ ବୋଲି ବିଡିଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି
