ନିମାପଡା : ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ଥାଇ ଆର୍ଥିକ ଅନଟନ ଭିତରେ ଜୀବନ ଜିଇଁବା ପାଇଁ ସଂଗ୍ରାମ କରୁଛନ୍ତି ନିମାପଡା ବ୍ଲକ ତୁଳସୀପୁର ପଂଚାୟତ ଅନ୍ତର୍ଗତ ଗଡଅମରପ୍ରସାଦ ଗ୍ରାମର ମା’ ବାପ’ ଛେଉଁଣ୍ଡ ଯୁବତୀ ଚିନ୍ମୟୀ ପଲେଇ ।ତାଙ୍କ ଚିକିସôା ପାଇଁ ଅର୍ଥ ସାଜିଛି ବାଧକ ।ସେ ଛୋଟ ଥିବା ଅବସ୍ଥାରେ ବାପ’ ମା’ ଆରପାରିକୁ ଛାଡି ଚାଲିଯାଇଛନ୍ତି ।ବଡ ଦୁଇ ଭଉଣୀ ବାହା ହୋଇ ପରଘରକୁ ଯିବା ପରେ ରୋଗାକ୍ରାନ୍ତ ଅବସ୍ଥାରେ ଘରେ ଏକୁଟିଆ ହୋଇ ପଡିରହିଛନ୍ତି ଚିନ୍ମୟୀ ।ତାଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା ସେ ଅସୁସ୍ଥ ହୋଇପଡିଥିଲେ ।ତାଙ୍କୁ ଚିକିସôା ପାଇଁ ଡାକ୍ତରଖାନା ନିଆଯାଇଥିଲା ।ପରୀକ୍ଷା ନିରୀକ୍ଷା ପରେ ସେ ଡାଇବେଟିସ ଓ ହୃଦ ରୋଗରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡିଥିଲା ।
ଆଗ ପଛକୁ ସାହା ଭରଷା ବୋଲି ତାଙ୍କର କେହି ନାହାନ୍ତି ।ପଡିଶା ଘରର ସଂପର୍କୀୟ ଭାଇ ଭାଉଜ ଏବଂ ଗ୍ରାମବାସୀ ଟଙ୍କା ଆଦାୟ କରି ତାଙ୍କ ଚିକିସôା ପାଇଁ ଖର୍ଚ୍ଚ କରିଥିଲେ ।ପ୍ରତିମାସରେ ତାଙ୍କର ଔଷଧ କିଣିବା ପାଇଁ ପ୍ରାୟ ୨ହଜାରରୁ ଉଦ୍ଧ୍ୱର୍ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଟଙ୍କା ନହେବାରୁ ଔଷଧ କିଣି ଖାଇ ପାରୁନଥିବା ସେ ପ୍ରକାଶ କରିଛନ୍ତି ।ଗୋଟିଏ ଘରେ ରୋଗିଣା ଅବସ୍ଥାରେ ପଡିରହିଛନ୍ତି ସେ ।ଶରୀରରେ ବଳ ନାହିଁ ତାଙ୍କର ଚାଲିବାକୁ ।ଅଧିକ ଚିକିସôା କରାଗଲେ ସେ ସୁସ୍ଥ ହୋଇ ପାରନ୍ତେ,ସରକାର ଓ କୈାଣସି ସହୃଦୟ ବ୍ୟକ୍ତି ଯଦି ତାଙ୍କ ଚିକିସôା ପାଇଁ ସହାୟତାର ହାତ ବଢାନ୍ତେ ତେବେ ଏହି ଗରିବ ନିରୀହ ଯୁବତୀଙ୍କ ଜୀବନଟି ବଂଚିଯାଆନ୍ତା ବୋଲି ସନ୍ତୋଷ ତ୍ରିପାଠୀ,ରାଜୁ ଦାସ,ଜୟକୃଷ୍ଣ ସ୍ୱାଇଁ,କବିତା ପଲେଇ,କିଶୋର ସାହୁ ପ୍ରମୁଖ ସ୍ଥାନୀୟ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।
