ନିମାପଡା,୧୧ା୭ା :ନିମାପଡା ବ୍ଲକ ଧଳେଶ୍ୱର ପଂଚାୟତରେ ଜଣେ ବୃଦ୍ଧ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି ।ସେ ଅନ୍ୟ ରୋଗରେ ପିଡିତ ଥାଇ ଅସୁସ୍ଥ ହେବାରୁ ତାଙ୍କୁ ଚିକିସôା ପାଇଁ ଭୁବନେଶ୍ୱର ନିଆଯାଇଥିଲା ।ଆକ୍ରାନ୍ତଙ୍କ ସ୍ୱାବ୍ ନମୁନା ପଜିଟିଭ ବାହାରିଥିବା ଜଣାପଡିଛି ।ଆଜି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଧଳେଶ୍ୱର ପଂଚାୟତ ତାଙ୍କ ଘର ଠାରେ ପହଚିଂ ଥିଲେ ।ତାଙ୍କ ପରିବାରର ୬ଜଣ ସଦସ୍ୟଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ନିର୍ଦେଶ ଦେବା ସହିତ ଆକ୍ରାନ୍ତ ବୃଦ୍ଧ ଜଣକ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ବିଷୟରେ ତଥ୍ୟ ଯୋଗାଡ ପାଇଁ ଉଦ୍ୟମ ଚଳାଇଛନ୍ତି ।ନିମାପଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୬ରେ ପଂହଚିଛି ।