Odisha news

ଚରିତ୍ରକୁ ସନେ୍ଦହ କରି ଗାଁରୁ ବାସନ୍ଦ ହେଲେ ମହିଳା: ଖାଇବାକୁ ନ ପାଇ ମେଡିକାଲରେ ଭର୍ତ୍ତି

ନୀଳଗିରି-୧୬/୦୮: ଜନୈକ ମହିଳାର ଚରିତ୍ରକୁ ସନେ୍ଦହ କରି ଗାଁରେ କିଛି ଲୋକ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିବା, ଏ ନେଇ ଜୀବନ ବିକଳରେ ଲୁଚିଛପି ମହିଳା ଜଣକ ବରହମପୁର ଥାନାରେ ଗତ ୧୧.୮.୨୧ରିଖରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ ପୋଲିସର ଛତ୍ରଛାୟା ତଳେ ସେମାନେ ରହୁଥିବାର ମହିଳା ଜଣକ ସୂଚନା ଦେଇଛନ୍ତି । ମହିଳା ଜଣକ ଏତେ ଭୟଭୀତ ହୋଇ ପଡ଼ିଥିଲେ ଯେ ଗତ ୧୧.୮.୨୧ରିଖ ଠାରୁ ଗାଁକୁ ନ ଯାଇ ସ୍ୱାମୀ ସହ ୩ ଛୁଆଙ୍କୁ ଧରି ନୀଳଗିରି ଚିମିନିଭାଟି ଅଞ୍ଚଳରେ ଦୂର ସଂପର୍କୀୟଙ୍କ ଘରେ ରହିଥିବା ବେଳେ ୩/୪ ଦିନ ଭୋକ ଉପାସରେ ରହିଥିବାରୁ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବାରୁ ୨ ଦିନ ହେଲା ନୀଳଗିରି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ବରହମପୁର ଥାନା ଅଧୀନସ୍ଥ ଝରଣାଘାଟି ଗ୍ରାମର ରାଜୁ ବିନ୍ଧାଣୀର ସ୍ତ୍ରୀ ଛବି ବିନ୍ଧାଣୀର ଚରିତ୍ରକୁ ସନେ୍ଦହ କରି ଉକ୍ତ ଗ୍ରାମର ଭୀଲୁ ବଗାଳ, ସ୍ତ୍ରୀ ସରସ୍ୱତୀ ବଗାଳ ମିଶି ଗାଁର ନିଆଁ ପାଣି ବନ୍ଦ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ମୋର ବଡ଼ ଝିଅର ଇଜ୍ଜତ ନେବାକୁ ଧମକ ମଧ୍ୟ ଦେଇଥିଲା ।

ଏପରିକି କିଛି ଗାଁ ଲୋକଙ୍କୁ ଏକଜୁଟ କରି ଗାଁରୁ ବାସନ୍ଦ କରିଦେବା ସହ ପରିବାରକୁ ମାରି ବଂଶ ନିପାତ କରିଦେବାର ଧମକ ଦେବାରୁ ସପରିବାର ଜୀବନ ବିକଳରେ ଘଟଣା ବାବଦରେ ବରହମପୁର ଥାନାରେ ୧୧/୮/୨୧ରିଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବାରୁ ୩ ପିଲାଙ୍କୁ ଧରି ଭୋକ ଉପାସରେ ଜୀବନ କାଟିଥିବା ବେଳେ ଗତ ୧୫ତାରିଖରେନୀଳଗିରି ଚିମିନିଭାଟି ଅଞ୍ଚଳରେ ଜନୈକ ଦୂରସଂପର୍କୀୟ ଙ୍କ ଘରେ ଆଶ୍ରୟ ନେଇଥିଲେ । ପରେଅବସ୍ଥା ଗୁରୁତର ହେବାରୁ ଛବି ବିନ୍ଧାଣୀ ନୀଳଗିରି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସପରିବାରକୁଗାଁକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଅଭିଯୁକ୍ତମାନେ ଧମକ ଦେଉଥିବା ବେଳେ ପୋଲିସ ନୀରବଦ୍ରଷ୍ଟା ସାଜିବା କେତେଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ଚର୍ଚ୍ଚା ଚାଲିଛି

Comments are closed.