ନୀଳଗିରି-୦୯/୦୨-ନୀଳଗିରି ତ୍ରିଦିବସୀୟ ଫୁଟବଲ ପି୍ରମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ ୧୬ଗୋଟି ଟିମକୁ ନେଇ ନୀଳଗିରି ଥାନା ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରାଜୀବ ସାହୁ ଉପସ୍ଥିତ ରହି ଖେଳକୁ ଉଦ୍ଘାଯନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଖେଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଶାରିରୀକ ପ୍ରଶିକ୍ଷିଣ ଅଧିକାରୀ ଅଶୋକ ନାୟକ ଶିଳ୍ପୋତ୍ୟୋଗୀ ସଂଗ୍ରାମ ଦାସ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଆଜିର ପ୍ରଥମ ଦିନ ମ୍ୟାଚରେ ଚଲଣାପାଳ ଓ କାଦୁଆଣି ଫୁଟବଲ ଟିମ୍ ସେମୀ ଫାଇନାଲକୁ ଉନ୍ନତି ହୋଇଛନ୍ତି । ଉକ୍ତ ତ୍ରିଦିବସୀୟ ଫୁଟବଲ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟକୁ ବାଲେଶ୍ୱର ଯୁବ ବିଜେଡି ସଭାପତି ତାପସ କୁମାର ପରିଡ଼ା ଆୟୋଜନ କରିଛନ୍ତି
Comments are closed.