ନୀଳଗିରି-୦୯/୦୨-ଧୋବଶିଳାର ଉଦୟନାରାୟଣ ବିଦ୍ୟାପୀଠ ପୂର୍ବତନ ପ୍ରଧାନଶିକ୍ଷକ ସୁରେଶ କୁମାର ଦାସ ହଷ୍ଟେଲ ଟଙ୍କା ଆତ୍ମସାତ କରିଥିବା ନେଇ ଆଜି ଗ୍ରାମବାସୀମାନେ ନୀଳଗିରି ଉପଜିଲ୍ଲାପାଳଙ୍କ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଉଦୟ ନାରାୟଣ ବିଦ୍ୟାପୀଠରେ ଏକ ହଷ୍ଟେଲ ରହିଥିବା ବେଳେ ଗ୍ରାମବାସୀ ମାନଙ୍କର ସହଯୋଗ ମଧ୍ୟ ଅନେକ ରହିଅଛି । ଉକ୍ତ ହାଇସ୍କୁଲର ହଷ୍ଟେଲ ଅନ୍ତେବାସୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନୁଦାନ ଆସୁଥିବା ବେଳେ ଉକ୍ତ ଅନୁଦାନ ଅର୍ଥ ପ୍ରଧାନଶିକ୍ଷକଙ୍କ ଆକାଉଣ୍ଟକୁ ଆସିଥାଏ । ଉକ୍ତ ହଷ୍ଟେଲକୁ ଗତ ୩୧.୦୮.୨୦ରିଖରେ ସରକାରଙ୍କ ପକ୍ଷରୁ ୯୦ହଜାର ଟଙ୍କା ଆସିଥିଲା ।
ଉକ୍ତ ଟଙ୍କାରୁ ୨୫ହଜାର ଟଙ୍କା ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସ ବେଆଇନ ଭାବେ ଉଠାଇଥିବାର ଅଭିଯୋଗ ହୋଇଛି । ଏ ବାବଦରେ ପ୍ରଧାନଶିକ୍ଷକ ସ୍କୁଲ କମିଟିର ସଭାପତି କିମ୍ବା ସଦସ୍ୟମାନଙ୍କୁ ନ ଜଣାଇ ୨୫ହଜାର ଟଙ୍କା ଆତ୍ମସାତ କରିଥିବାର ସରପଞ୍ଚ ମାଳତୀ ସିଂ, ଶରତ ରାଉଳ, ଜୟନ୍ତୀ ମଲ୍ଲିକ, ନିତ୍ୟାନନ୍ଦ ସିଂ, ନିରଂଜନ ମହାନ୍ତି, କରୁଣାକର ସ, ପାଗୁଲୁ ସିଂଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଘଟଣା ବାବଦରେ ପୂର୍ବତନ ପ୍ରଧାନଶିକ୍ଷକ ସୁରେଶ କୁମାର ଦାସଙ୍କୁ ପଚାରିବାରୁ ଘଟଣାଟି ସଂପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ଦେଇଛନ୍ତି ।
Comments are closed.