ନୀଳଗିରି-୦୭/୦୧ : ସ୍କୁଲ ପିଲାମାନଙ୍କ ଜୀବନସହ ଚାଲିଛି ସାଂଘାତିକ ଖେଳ । ଏମ୍ଡ଼ିଏମ୍ ବାବଦରେ ଯେଉଁ ·ଉଳ ଦିଆଯାଉଛି ସେହି ·ଉଳରେ ପୋକ ସାଲୁବାଲୁ ହେବା ଘଟଣାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ବ୍ଲକ ଅଞ୍ଚଳରେ ଥିବା ୧୮୧ଟି ବିଦ୍ୟାଳୟ ମଧ୍ୟରୁ ମାତ୍ର ୧୩ଟି ବିଦ୍ୟାଳୟକୁ ଏମ୍ଡ଼ିଏମ୍ ·ଉଳ ଦିଆଯାଇଥିବା ଜଣାଯାଏ । ନୀଳଗିରି ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକ ମାର୍ଚ୍ଚମାସ ଠାରୁ ଆଜି ପର୍ଯ୍ୟନ୍ତ ବନ୍ଦ ପଡ଼ିଛି । ହେଲେ ଜୁଲାଇ ମାସରେ ରହିଯାଇଥିବା ·ଉଳ ପିଲାମାନଙ୍କୁ ଦେବା ନିମନ୍ତେ ସରକାରୀ ନିଦେ୍ର୍ଦଶନାମା ଜାରି ହୋଇଥିଲା । ବ୍ଲକରେ ଥିବା ୧୮୧ଟି ପ୍ରାଇମେରୀ ବିଦ୍ୟାଳୟରେ ୧୧ହଜାର ୯୨୮ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୯୦ଦିନର ପିଲାପିଛା ୪୭୯ଟଙ୍କା ୯୬ ପଇସା ମଂଜୁର ଅପରପ୍ରାଇମେରୀରେ ଥିବା ୭୨୨୬ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୭୧୭ଟଙ୍କା ୧୬ ପଇସା ଫୁଡ ସେଫ୍ଟି ଏନାଉନ୍ସ ଦେବାପାଇଁ ନିଦେ୍ର୍ଦଶ ଥିଲା । ମୋଟ ୧୪୧ଦିନରୁ ସ୍କୁଲରେ ଥିବା ୫୭ଦିନର ·ଉଳ ପିଲାପଛା ପ୍ରଥମରୁ ପଞ୍ଚମପାଇଁ ଦିନକୁ ୧୦୦ଗ୍ରାମ, ୬ଷ୍ଠରୁ ୮ମ ପାଇଁ ଦିନକୁ ୧୫୦ଗ୍ରାମ୍ ·ଉଳ ଦେବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।
ହେଲେ ଆଜିପର୍ଯ୍ୟନ୍ତ ମୋଟ ୧୮୧ ସ୍କୁଲମଧ୍ୟରୁ ସୀତାରାମ ନୋଡ଼ାଲସ୍କୁଲର ୧୦୧ଜଣ ଛାତ୍ରଛାତ୍ରୀ, ବରହମପୁର ପ୍ରାଇମେରୀର ୪୩ଜଣ, ଇଶାନଣ୍ଡୀ ପ୍ରାଇମେରୀ ୨୨ଜଣ, ଧରମପୁର ନୋଡ଼ାଲ ୧୦୪ଜଣ, ପୀଠାଅତା ନୋଡ଼ାଲ୧୧୬,ଅଁଳାପାଳ ୧୦୭, ଚଣ୍ଡୀ ୟୁପିସ୍କୁଲ ୨୦୮ଜଣ,ତିନଦେଶ ପ୍ରାଇମେରୀ ୫୭ଜଣ, ଉପରଡ଼ିହା ୟୁପିସ୍କୁଲ ୪୧ଜଣ, କୁଞ୍ଜଚିବଣିଆ ପ୍ରାଇମେରୀ ୬୮ଜଣ,ଅରବିନ୍ଦ ସ୍କୁଲ ୩୦, ଦୁର୍ଗାପୁର ୧୪୦ଜଣ, ବେହେରା ସାହି ସ୍କୁଲ ୨୮ଜଣ ଏହିପରି ମୋଟ ୧୩ଟି ବିଦ୍ୟାଳୟର ଏମ୍ଡିଏମ୍ ·ଉଳ ବଣ୍ଟନ ନେଇ ବିଇଓ ଅଫିସରେ ୟୁସି ଦିଆଯାଇଛି । କୋଭିଡ୍ ଭଳି ସଂକଟ ସମୟରେ ସରକାରୀ ବିଧି ବ୍ୟବସ୍ଥାକୁ ଦଳିମଚକି ସ୍କୁଲର ଶିକ୍ଷକମାନେ କାର୍ଯ୍ୟ କରୁଥିବା ଅଭିଯୋଗ ଉଠିଛି ଖାଲି ସେତିକିନୁହେଁ ବିଦ୍ୟାଳୟ ନଖୋଲି ଅନୁପସ୍ଥିତ ରହି ଶିକ୍ଷକମାନେ ଦରମା ଉଠାଇବା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ । ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କୁ ଯେଉଁ ·ଉଳ ଦିଆଯାଇଛି । ସେହି ·ଉଳରେ ପୋକ ସାଲୁବାଲୁ ହେଉଥିବାର ଅଭିଯୋଗ ମିଳିଛି । ଘଟଣା ସମ୍ପର୍କରେ ନୀଳଗିରି ବିଡ଼ିଓ ସୋମନାଥ ଗୋଚ୍ଛାୟତଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ଶ୍ରୀ ଗୋଚ୍ଛାୟତ ଏବାବଦରେ କିଛି ଜାଣିନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି ।