ନୀଳଗିରି : ଅଖିଳ ଭାରତ କୃଷକ ସଭାର ନୀଳଗିରି ଶାଖା ତରଫରୁ ବୁଲ୍ବୁଲ୍ କ୍ଷତିଗ୍ରସ୍ତ ଚାଷୀଙ୍କ ଇନ୍ପୁଟ ସବ୍ସିଡ଼ି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ଏହି ଅଞ୍ଚଳର ବହୁବ୍ୟକ୍ତି ଚାଷକାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଗତବର୍ଷ ଖରିଫ ଚାଷ ବର୍ଷା ଅଭାବରୁ ବହୁ କଷ୍ଟରେ ହୋଇଥିବା ବେଳେ ବୁଲ୍ବୁଲ୍ ପ୍ରଭାବରେ ଚାଷକ୍ଷତି ହୋଇଥିଲା ।

ଚାଷୀଙ୍କୁ ଇନ୍ପୁଟ ସବ୍ସିଡ଼୍ ପାଇଁ ସରକାରୀଭାବେ ଜିଲ୍ଲାପାଳଙ୍କ ଦଫତରରୁ ତହସିଲକୁ ଆସିଥିଲେ ମଧ୍ୟ ଚାଷୀମାନେ ସହାୟତା ରାଶି ପାଇପାରି ନାହାଁନ୍ତି । ଗତ ଲଘୁଚାପ ବର୍ଷା କାରଣରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ସହ ବାସଗୃହ ଭାଙ୍ଗିଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସଗୃହ ଯୋଗାଇଦେବାକୁ ଦାବି କରାଯାଇଛି । ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ବିକ୍ଷୋଭରେ କୌଳାଶ ଚନ୍ଦ୍ର ପଣ୍ଡା, ନିରଞ୍ଜନ ବାରିକ୍, ବିକ୍ରମ ମିଶ୍ର, ବାସନ୍ତୀ ନାୟକ ପ୍ରମୁଖ ଶତାଧିକ ବ୍ୟକ୍ତି ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here