ନୀଳଗିରି : ନୀଳଗିରି ସବ୍ଡ଼ିଭଜନ ଡମ୍ବରୁଘାଟି ଗ୍ରାମର ଜଣେ ବ୍ୟକ୍ତି ଗତକିଛିଦିନ ତଳେ ଏଡ୍ସରେ ମୃତୁ୍ୟ ବରଣ କରିବା ପରେ ତାଙ୍କର ତିନି ଶିଶୁ ଏକପ୍ରକାର ଅନାଥ ହୋଇଯାଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ମଧ୍ୟ ଗତ ଜାନୁଆରୀ ମାସରେ ଏଡ୍ସ ରୋଗରେ ମୃତୁ୍ୟବରଣ କରିଥିଲେ । ଖବରପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଅସହାୟ ପିଲାଙ୍କ ପାଖରେ ପହଞ୍ଚô ସେମାନଙ୍କର ଭଲମନ୍ଦ ସମ୍ପର୍କରେ ବୁଝାବୁଝି କରିବା ସହ ସମ୍ପର୍କୀୟ ମାନଙ୍କୁ ଆଶ୍ୱାସନା ଦେଇଥିଲେ ଓ ଆର୍ଥିକ ସହାୟତା କରିଥିଲେ ।
ବିଧାୟକ ଶ୍ରୀ ନାୟକଙ୍କ ସହିତ ବିଜେପିର ସ୍ୱର୍ଣ୍ଣଚୂଡ଼ ମଣ୍ଡଳ ସଭାପତି ତାପସ ମହାନ୍ତି, ଗଙ୍ଗାଧର ମିଶ୍ର, ସତ୍ୟ ବେହେରା, ଜିଲ୍ଲାପରିଷଦର ସଦସ୍ୟା ସୌଦାମିନୀ ମହାନ୍ତି ପ୍ରମୁଖ ଯାଇଥିଲେ । ଏହି ଦୁଃଖଦ ଘଟଣା ଶୁଣି ବାରିପଦାର ସମାଜସେବୀ ରାଜୀବ କୁମାର ମହାନ୍ତି ଅସହାୟ ଶିଶୁଙ୍କ ପିତାଙ୍କର ଏକାଦଶାହ କର୍ମନିମନ୍ତେ ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଅସହାୟ ୩ଶିଶୁଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟଯେ ଏହି ୩ଶିଶୁଙ୍କ ମଧ୍ୟରୁ ଗୋଟିଏ ୨ବର୍ଷର ଶିଶୁ ମଧ୍ୟ ଏଚ୍ଆଇଭିରେ ଆକ୍ରାନ୍ତ ହୋଇଥିବା ଜଣାଯାଏ
