ନୀଳଗିରି : ନୀଳଗିରି ବ୍ଲକ ବରହମପୁର ଥାନା ଅଧିନ କେସିପୁର ପଞ୍ଚାୟତ ମହୁଗଡ଼ି ଗ୍ରାମର ମଙ୍ଗଳା ସିଂଙ୍କ ପୁଅ ଶିବ ସିଂ ଆଜି ସକାଳେ ବାଡ଼ି ପଛପଟେ ଏକ ଗଛରେ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏଭଳି ଆତ୍ମହତ୍ୟା କରିବା କାରଣ ଜଣାପଡ଼ିନି । ତେବେ ପୋଲିସ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଚଳାଇଛି