ନୀଳଗିରି : ଗତକାଲି ବିଳମ୍ବିତ ରାତିରେ ନୀଳଗିରି ଥାନା ବାଉଁଶବଣିଆ ଛକ ନିକଟରେ ସବ୍ଇନ୍ସପେକଫର ଗଣେଚନ୍ଦ୍ର ତି୍ରପାଠୀ ଚେକିଂ କରୁଥିବା ବେଳେ ଓଡ଼ି୦୧ଟି-୩୪୧୦ ନମ୍ବର ବିଶିଷ୍ଟ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଧରିଥିଲେ । ଏହି ସମୟରେ ଓଡ଼ି ୦୧ଟି-୬୭୧୮ ନମ୍ବର ବିଶିଷ୍ଟ କାରରେ ୬ଜଣ ବ୍ୟକ୍ତି ସେଠାରେ ପହଞ୍ଚି ଗୋରୁ ବୋଝେଇ ପିକ୍ଅପ୍ଟିକୁ ଛଡ଼ାଇ ନେବା ନିମନ୍ତେ ଉଦ୍ୟମ କରିଥିଲେ । ଖବର ପାଇ ନୀଳଗିରି ଥାନାରୁ ସଶସ୍ତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ୨ଟିକୁ ଜବଦ୍ କରିବା ସହ ୮ଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।
ପିକ୍ଅପ୍ରେ ଥିବା ୧୪ଟି ଗୋରୁଙ୍କୁ ଅମାନୁସିକ ଭାବେ ନିଆଯାଉଥିଲା । ପୁଲିସ ପକ୍ଷରୁ ଜବଦ୍ ଗୋରୁମାନଙ୍କୁ ବାଲେଶ୍ୱରର ଏକ ଗୋଶାଳାକୁ ପଠାଇ ଦିଆଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଖଇରା ଥାନା ସାହାଣପୁର ଗ୍ରାମର ହେମନ୍ତ ମହାନ୍ତି, ବାବୁ ଓରଫ ସାହିଦ୍ ଖାନ୍, ଉସମାନ ଖାନ୍, ଫକୁରୁଦ୍ଦିନ୍ ଖାନ୍, ମେହେବୁବ୍ ଖାନ୍, ସାହିଦ ଖାନ୍ ଓ ୨ଦୁଇଟି ଗାଡ଼ିର ଡ୍ରାଇଭର ହେଲେ ନିଜାମ ଖାନ୍ ଓ ରବାନୀ ଖାନ୍ ସେମାନଙ୍କ ନିକଟରୁ ଏକ ଲୁହା ରଡ଼ ଓ କି୍ରକେଟ ଷ୍ଟମ ଜବଦ କରାଯାଇଛି । ପ୍ରକାଶ ଯେ ସାହାଣପୁର ଗ୍ରାମରୁ ଗୋରୁମାନଙ୍କୁ ନୀଳଗିରି ବାଇପାସ୍ ଦେଇ ବୈଶିଙ୍ଗା ଅଞ୍ଚଳକୁ ନିଆଯାଉଥିଲା ।