Odisha news

ବନବିଭାଗ ଦ୍ୱାରା ଚୋରା କାଠ ବୋଝେଇ ପିକ୍ଅପ୍ ଜବଦ୍

0

ନୀଳଗିରି-କୁଲଡ଼ିହା ବନବିଭାଗ ରେଞ୍ଜର ବିଜୟ କୁମାର ମହାପାତ୍ର ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଖନ୍ତାପଡ଼ା ଥାନା ଅଧିନସ୍ଥ ଚିତାପଦା ଗ୍ରାମରୁ ଏକ ଚୋରା କାଠବୋଝେଇ ପିକ୍ଅପ୍କୁ ଜବଦ୍ କରିଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଦେଖି ଗାଡ଼ି ଡ୍ରାଇଭର ଗାଡ଼ିଛାଡ଼ି ଫେରାର ହୋଇଯାଇଥିଲା । ଜବଦ ହୋଇଥିବା ପିକ୍ଅପ୍ଟିର ନମ୍ବର ନଥିବା ବେଳେ ଗାଡ଼ିରେ ୨୦ସିପ୍ଟ ମୂଲ୍ୟବାନ କାଠ ରହିଥିବା ଜଣାଯାଏ । ଜବଦ କାଠର ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଚଢଉରେ ଫରେଷ୍ଟଗାର୍ଡ ରାମେଶ୍ୱର ମୁର୍ମୁ, ସିଙ୍ଗରାଇ ହେମ୍ବ୍ରମ୍, ଜୟନ୍ତ ସେଠୀ, ଗଣେଶ୍ୱର ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।

Leave A Reply