Odisha news

ନୀଳଗିରି ବ୍ଲକରେ ପ୍ରଥମ ପର୍ଯ୍ୟାୟ ବିଏସ୍କେୱାଇ ନବୀନ କାର୍ଡ ବଂଟନ

0

ନୀଳଗିରି-୦୯/୦୩ : ନୀଳଗିରି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ବିଏସ୍କେୱାଇ ନବୀନ କାର୍ଡ ବଂଟନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ନୀଳଗିରି ବ୍ଲକରୁ ୧୬୧୧ଜଣ ହିତାଧିକାରୀ ନିଜର ନାମ ପଞ୍ଜୀକୃତ କରିଥିବା ବେଳେ ୧୫ଶହ କାର୍ଡ ମଞ୍ଜୁର ହୋଇଛି । ଶନିବାର ଦିନ ନୀଳଗିରି ବ୍ଲକ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାହୁଲ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ନୀଳଗିରି କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଉତ୍ସବରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରଥମ ପର୍ଯ୍ୟାୟ ସ୍ୱାସ୍ଥ୍ୟକାର୍ଡ ବଂଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମୋଟ ୮୦୪ଗୋଟି କାର୍ଡ ମଧ୍ୟରୁ ୨ଶହରୁ ଉଦ୍ଧ୍ୱର୍ କାର୍ଡ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିବା ବେଳେ ବାକି କାର୍ଡଗୁଡ଼ିକ ପ୍ରତି ପଞ୍ଚାୟତକୁ ବଣ୍ଟନ ପାଇଁ ପଠାଇ ଦିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଯୋଗାଣ ଅଧିକାରିଣୀ ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । (ଫଟୋ)

IEC 2 years
Leave A Reply