Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର

0

ନୀଳଗିରି-୧୮/୦୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଆଡ଼ିମାଳ ଗ୍ରା.ପ. କାର୍ଯ୍ୟାଳୟରେ ନୀଳଗିରି ଭାରତୀୟ ଜନତାପାର୍ଟି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଆୟୋଜିତ ରକ୍ତଦାନ ଶିବିରକୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଉଦ୍ଘାଟନ କରିବା ସହ ଉପସ୍ଥିତ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିର ଆୟୋଜନର ମୁଖ୍ୟ ଉଦ୍ୟୋକ୍ତା ସିଆଡ଼ିମାଳ ସମିତି ସଭ୍ୟ ରାଜୀବ ଦାସବାବୁଙ୍କ ସହ ସୁରଥ ଚନ୍ଦ୍ର ସିଂ, ବିନୋଦ ମହାନ୍ତି, ନମ ସିଂ, ଦିବ୍ୟରଂଜନ ମେଦୀନରାୟ, ଉପେନ୍ଦ୍ର ପରମାଣିକ, ହୃଦେଶ୍ୱର ଦାସବାବୁ, ଗଣେଶ୍ୱର ବିଶ୍ୱାଳ, ଭଗବାନ ସେଠୀ, ମିନତୀ ସେଠୀ, ସଂଯୁକ୍ତା ସେଠୀ, ରାଜକୁମାର ସିଂ, ଶରତ ସିଂ ପ୍ରମୁଖ ଭାଜପା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଶିବିର ପରି·ଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ମୋଟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ନୀଳଗିରି ରକ୍ତଭଣ୍ଡାରର ଟେକ୍ନିସିଆନ ସରୋଜ କୁମାର ପଣ୍ଡା, ବେଣୁଧର ରାଉଳ, ଗତିକୃଷ୍ଣ ମହାନ୍ତି, ସଂଗ୍ରାମ ମହାନ୍ତି ପ୍ରମୁଖ ରକ୍ତସଂଗ୍ରହ କରିଥିଲେ । (ଫଟୋ)

Nalco
Leave A Reply