Odisha news

ଯବାନଙ୍କ ପାଇଁ ୪୦୦ଶହ ରୁ ଅଧିକ ରାକ୍ଷୀ ପଠାଇଲେ ନୀଳଗିରିର ଏ.ବି.ଭି.ପି. ଛାତ୍ରଛାତ୍ରୀ

0

ନୀଳଗିରି-୦୮/୦୮ : ନୀଳଗିରି ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ନୀଳଗିରି ନଗର ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ରକ୍ଷାବନ୍ଧନ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏନେଇ ନୀଳଗିରି ମହାବିଦ୍ୟାଳୟ ଓ ନୀଳଗିରି ମହିଳା ମହାବିଦ୍ୟାଳୟର ଏବିଭିପିର ଛାତ୍ରନେତାମାନେ ୪୦୦ଶହରୁ ଅଧିକ ରାକ୍ଷୀ ସଂଗ୍ରହ କରିଛନ୍ତି । ଉକ୍ତ ସଂଗୃହୀତ ସମସ୍ତ ରାକ୍ଷୀ ଭାରତୀୟ ଯବାନଙ୍କ ଉଦେ୍ଦଶ୍ୟରେ ପଠାଯିବ ।

ନୀଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ବେହେରା ବିଦ୍ୟାର୍ଥୀମାନଙ୍କୁ ରାକ୍ଷୀ ଫୋର ସୋଲଜାର ବିଷୟରେ ଆଲୋଚନା କରିଥିଲେ । ଅଗଷ୍ଟ ୧୧ତାରିଖ ପୂର୍ବରୁ କିପରି ଯବାନ ଭାଇମାନଙ୍କ ପାଖରେ ପହଂଚି ପାରିବ ସେ ବିଷୟରେ ବିଦ୍ୟାର୍ଥୀ ପରିଷଦର ଛାତ୍ରନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲଭ ରାଉତ , ସାଇସତ୍ୟ ପ୍ରକାଶ ପ୍ରଧାନ, ଧିରେନ୍ଦ୍ର ଲେଙ୍କା, ସଂଜିତ ମହାରଣା, ଅଭିଜିତ୍ ରାଉତ, ଅବିନାଶ ନାୟକ, ବିଶ୍ୱଜିତ ସମାନ୍ତରାୟ, ନିରଂଜନ ଜେନା, ଦେବେନ୍ଦ୍ର ଜେନା, ହରିଶଚନ୍ଦ୍ର ମହାପାତ୍ର, ଭବାନୀଶଙ୍କର ବେହେରା, ଗୀତାଂଜଳି ନାୟକ, ଜୟନ୍ତୀ ନାୟକ, ମଧୁସ୍ମିତା ସାହୁ ପ୍ରମୁଖ ଆଲୋଚନା କରିଥିଲେ ।

Leave A Reply