ନୀଳଗିରି : ସଜନାଗଡ଼ ପଞ୍ଚାୟତର ଡିଲର ବା‚ାନିଧି ବାରିକ ଆଜକୁ ମାସ ମାସ ଧରି ମଲା ଲୋକଙ୍କ କାର୍ଡ଼ ରଖି ଖାଉଟି ସାମଗ୍ରୀ ହରିଲୁଟ୍ କରୁଥିବା ଘଟଣାକୁ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ବାଲେଶ୍ୱର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଡିଲର ବା‚ାନିଧି ବାରିକ ସବୁ କଳ୍ପନା ଜଳ୍ପନା ତଥା ନିଜର ସ୍ୱାଭିମାନକୁ ରକ୍ଷା କରି ନିଜର ଲାଇସେନ୍ସକୁ ନୀଳଗିରି ଉପ-ଜିଲ୍ଲାପାଳଙ୍କ ଠାରେ ଆତ୍ମ ସମର୍ପଣ କରିଥିବାର ଉପ-ଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି । ନିଜର ଡିଲର ପଦରୁ ରିଜାଇନ୍ ଦେଲା ପରେ ସଜନାଗଡ଼ ପଞ୍ଚାୟତର ଥିôବା ୫ଟି ଡିଲର ପଏଣ୍ଟକୁ ପ୍ରକାଶ ବିଶ୍ୱାଳଙ୍କୁ ଟେଗ୍ କରାଯାଇଛି । ଯେ ପର୍ଯ୍ୟନ୍ତ ନୂତନ ଡିଲର ଚୟନ କରା ନଯାଇଥିବ, ସେ ପର୍ଯ୍ୟନ୍ତ ପ୍ରକାଶ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଯୋଗାଣ ବିଭାଗ ଅଧିକାରୀ ସୁଶୀଲ ଜେନା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ନୀଳଗିରି ବ୍ଲକ୍ ପକ୍ଷରୁ ପ୍ରତି ହିତାଧିକାରୀଙ୍କୁ କୋଭିଟ୍-୧୯ ପାଇଁ ଏକ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ପ୍ରତି ପଞ୍ଚାୟତ ଦାୟିତ୍ୱରେ ଥିବା ପି.ଇ.ଓ.ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ସଜନାଗଡ଼ ପଞ୍ଚାୟତରେ ପିଇଓ ମୃତୁ୍ୟ ହିତାଧିକାରୀମାନଙ୍କ ନାମରେ ଏକ ହଜାର ଟଙ୍କା ଦରଜ କରି ଆତ୍ମସାତ୍ କରିବା ଘଟଣା ତଦନ୍ତ ପରିସରରେ ରହିଥିବା ବେଳେ ସମ୍ପୃକ୍ତ ପଞ୍ଚାୟତର ପିଇଓ ନିଜର କୁକର୍ମକୁ ଲୁଚାଇବାକୁ ଯାଇ ୨ୟ ପର୍ଯ୍ୟାୟରେ ମୃତ ପରିବାରର ଟଙ୍କାକୁ ନିଜ ଦରମାରୁ ଭରଣ କରିଛନ୍ତି । ସେହିପରି ପ୍ରତି ପଞ୍ଚାୟତରେ ସମ୍ପୃକ୍ତ ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ ନିଜର ଚାକିରୀକୁ ବଞ୍ଚାଇବାକୁ ଯାଇ ମଲା ମଣିଷ ଟଙ୍କାକୁ ଗିଳିଥିବା ବେଳେ କେହି କେହି ଅଧିକାରୀ ଉକ୍ତ ଟଙ୍କାକୁ ଓଗାଳି ଫେରସ୍ତ କରୁଥିବାର ଶୁଣିବାକୁ ମିଳୁଛି । ତେବେ କରୋନା ସମୟରେ ଏପରି ଘଟଣା ଘଟାଇଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳ କି ପ୍ରକାର ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା ।