Odisha news

ଗିରଫ ହେଲେ AI ଇଞ୍ଜିନିଅର ଅତୁଲ ସୁଭାଷଙ୍କ ପତ୍ନୀ ନିକିତା ଏବଂ ଶାଶୁ ନିଶା ଓ ଶଳା

0

ବେଙ୍ଗାଲୁରୁ ରେ ସୂଈସାଇଡ କରିଥିବା AI ଇଂଜିନିୟର ଅତୁଲ ସୁଭାଷ ଙ୍କ କାହାଣୀ ସାରା ଭାରତରେ ଆଲୋଡନ ସୃଷ୍ଟି କରିଛି l ଅତୁଳ ସୁଭାଷ ଙ୍କ ପିତା ପବନ କୁମାର ଦୋଷୀଙ୍କୁ କଠିନ ରୁ କଠିନ ଦଣ୍ଡ ଦେବାପାଇଁ ଅନୁରୋଧ କରିଛନ୍ତି l ଯେତେବେଳ ପର୍ଯ୍ୟନ୍ତ ଦୋଷୀ କୁ ଦଣ୍ଡ ନମିଳିଛି ସେତେବେଳ ପର୍ଯ୍ୟନ୍ତ ସେ ଅତୁଲ ଙ୍କ ଅସ୍ଥିକୁ ବିସର୍ଜନ କରିବେ ନାହିଁ ବୋଲି କହିଛନ୍ତି l ଇତି ମଧ୍ୟରେ ବୋହୁ ନିକିତା, ସମୁଦୁଣୀ ନିଶା ଏବଂ ପୁଅର ଶଳା ଗିରଫ ହେବା ର ଖବର ଜାଣିବା ପରେ ଅତୁଲ ଙ୍କ ପିତା ତାଙ୍କ ନାତିର ଜୀବନ ପ୍ରତି ବିପଦ ଥିବା ପୋଲିସ ପ୍ରଶାସନ ନିକଟରେ କହିଛନ୍ତି l ଏବଂ ନିଜ ନାତିର କଷ୍ଟଡି ନେବା ପାଇଁ ଇଛା ପ୍ରକାଶ କରିଛନ୍ତି l

ଅତୁଲ ଙ୍କ ପିତା କହିଛନ୍ତି ଯେ ମୋ ନାତି କେଉଁଠି ଅଛି ମୁଁ ଜାଣିନାହିଁ, ସେ ଜୀବିତ କି ମୃତ ତାହା ମଧ୍ୟ ମୁଁ ଜାଣିନି l ମୁଁ ଏତିକି ଚାହୁଁଚି ମୋ ନାତି ମୋ ନିକଟରେ ରହୁ, ପୋଲିସ ନିକିତା ସିଙ୍ଘାଣିଆ ଙ୍କୁ ଗୁରୁଗ୍ରାମ ସେକ୍ଟର ୫୭ ସ୍ଥିତ ବ୍ଳସମ ଷ୍ଟେଜ ପିଜି ରୁ ଗିରଫ କରିଛି l

ଅତୁଲ ସୁଭାଷ ବିହାର ସମସ୍ତିପୁର ଜିଲା ର ଅଟନ୍ତି ଏବଂ ସେ ଡିସେମ୍ବର ୯ ତାରିଖ ରେ ଦକ୍ଷିଣ ପୂର୍ବ ବେଙ୍ଗାଳୁରୁ ନିଜେ ରହୁଥିବା ଘରେ ସୂଈସାଇଡ କରିଥିଲେ l ଅତୁଲ ମୃତ୍ୟୁ ପୂର୍ବରୁ ପ୍ରସ୍ତୁତ କରିଥିବା ଭିଡିଓ ଓ ସୂଈସାଇଡ ନୋଟ  ରେ ନିଜ ମୃତ୍ୟୁ ପାଇଁ ନିଜ ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଥିଲେ l ସେ ଆରୋପ ଲଗାଇ ଥିଲେ ଯେ ତାଙ୍କ ପତ୍ନୀ ଏବଂ ଶ୍ୱଶୁର ଘର ଲୋକ ତାଙ୍କୁ ୧୨ ରୁ ଉର୍ଧ୍ଵ ମିଥ୍ୟା ଆରୋପ ଲଗାଇ କେଶ ରେ ଫସାଇଥିଲେ l ଏବଂ ସୂଈସାଇଡ କରିବା ପାଇଁ ମଧ୍ୟ ଉସୁକାଉ ଥିଲେ l

ଅତୁଲ ଙ୍କ ପିତା କହିଥିଲେ ଯେ ମୋ ପୁଅ କୁ ଖୁବ ମାନସିକ ନିର୍ଯ୍ୟାତନା ଦିଆଯାଇଛି , ତେଣୁ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଅନୁରୋଧ କରୁଛି ଯେ ଆପଣ ସମସ୍ତେ ମିଶି ମୋ ପୁଅକୁ ନ୍ୟାୟ ଦିଅନ୍ତୁ, ଯାହାଦ୍ୱାରା ମୋ ପୁଅ ର ଆତ୍ମା ଶାନ୍ତି ପାଇବ l

Leave A Reply