Odisha news

ନିଆଳି କୋର୍ଟ ବାର ଆସୋସିଏସନ୍ ପ୍ରକୋଷ୍ଠରେ  ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

0
କଟକ : ନିଆଳି  କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ କୋର୍ଟ ବାର ଆସୋସିଏସନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଆସୋସିଏସନ୍ ସଭାପତି ମୃତ୍ୟୁଞ୍ଜୟ ମହାନ୍ତି ,ଉପ ସଭାପତି ଯୋଗମାୟା ଜେନା,ସମ୍ପାଦକ ପ୍ରିୟବ୍ରତ ରାଉତ  ଓ ଅନ୍ଯ କର୍ମକର୍ତ୍ତା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ତଳେ ବାର ଆସୋସିଏସନ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନିତ କରାଯାଇଥିଲା ଏଥିରେ ଏକ ନିର୍ଦ୍ଧିଷ୍ଟ ଖବର କାଗଜର ପ୍ରତିନିଧି ଆକ୍ରୋଶର ମୂଳକ ଭାବରେ ଖବର ପ୍ରସାରଣ କରୁଥିବା କାରଣରୁ ନିଆଳି କୋର୍ଟ ବାର ଆସୋସିଏସନ୍ ସମ୍ମାନ କ୍ଷତି ଘଟିଛି।ଏବଂ ଖବର ପ୍ରସାରଣ ବିରୁଦ୍ଧରେ ବାର ଆସୋସିଏସନ୍ ପକ୍ଷରୁ ଖବର କାଗଜ ସଂସ୍ଥା ପକ୍ଷରୁ ଏକ ନୋଟିସ ଓ ମାମଲା ରୁଜୁ ପାଇଁ ବାର ଆସୋସିଏସନ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଗୋଟିଏ ବାର ଆସୋସିଏସନ୍ ନିଆଳି କୋର୍ଟ ରେ କାର୍ଯ୍ୟ କରୁଛି। କେତେକ ନିର୍ଦ୍ଦିଷ୍ଟ ଲୋକେ ଏହି ବାର ଆସୋସିଏସନ୍ ରେ ବିଶୃଙ୍ଖଳା କରୁଥିବା ଦେଖା ଦେଇଛି ଓ ଆଜିର ବୈଠକ ରେ ମଧ୍ୟ ସେମାନଙ୍କୁ ନିନ୍ଦା କରାଯାଇଛି।ବିଶୃଙ୍ଖଳା  କରୁଥିବା ଲୋକ ମାନଙ୍କୁ ଉଚିତ୍ ଜବାବ୍ ଦିଆ ଜିବ ବୋଲି ନିଆଳି କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ନିଷ୍ପତି ନିଆ ଯାଇଛି।
Leave A Reply

Your email address will not be published.