Odisha news

ଚିତ୍ତରଞ୍ଜନ ସେବାସଦନରେ ବିଶ୍ୱପରିବେଶ ଦିବସ ପାଳିତ

0

ନିଆଳି :-କଟକ ଜିଲ୍ଲା ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବାସଦନରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଛି।ସେବା ସଦନର ନିର୍ଦ୍ଦେଶକ ଡ଼ା ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ଵାବଧାନରେ ସମସ୍ତ କର୍ମଚାରୀ ମାନେ ଏକ ହୋଇ  ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର ଯୋଗୁଁ ବିଶ୍ୱରେ ବଢୁଥିବା ଅଙ୍ଗାରକାମ୍ଳର କୁପ୍ରଭାବ କୁ ଦୃଷ୍ଟି ରେ ରଖି ୧ ଘଣ୍ଟା ପାଇଁ ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଚାଳିତ ଯନ୍ତ୍ରପାତି ଓ ବିଦ୍ୟୁତ୍ ବଲବ୍ ଗୁଡ଼ିକ ବନ୍ଦ ରଖିଥିଲେ।ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ । ଏହାକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ମାନବ ଜାତିକୁ ଏହାର ପରିବେଶ ବିଷୟରେ ଅବଗତ କରାଇବା । ବାସ୍ତବରେ, କେବଳ ପରିବେଶ ଯୋଗୁଁ ହିଁ ମଣିଷ ଏବଂ ଅନ୍ୟ ପଶୁମାନଙ୍କର ଜୀବନ ସମ୍ଭବ ହୋଇପାରିଛି । ଏହି ଦିନଟି ହେଉଛି ଏହି ସୁନ୍ଦର ପ୍ରକୃତିକୁ ବୁଝିବା ଏବଂ ସମନ୍ୱୟ କରିବାର ଦିନଟି ବୋଲି ଡାକ୍ତର ମିଶ୍ର ମତବ୍ୟକ୍ତ କରିଥିଲେ।ପୃଥିବୀକୁ କମ୍ବଳ ସଦୃଶ ଘୋଡ଼େଇ ରଖିଥିବା ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ବଢ଼ିବଢ଼ି ଚାଲିଛି। ବାୟୁମଣ୍ଡଳକୁ ଗୁରୁତ୍ବ ନଦେଇ ମଣିଷ ମନଇଚ୍ଛା ଦୂଷିତ କରିଚାଲିଛି। ପ୍ରକୃତି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ହୁଏତ ସମ୍ଭବ ନୁହେଁ କିନ୍ତୁ ମନୁଷ୍ୟକୃତ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ। ଏବେ ଏହାକୁ ପ୍ରତିହତ ନକଲେ ପରପିଢ଼ି ପାଇଁ ବଡ଼ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ । ଏହାସହ ଟଙ୍କା ଥାଇ ବି ମନୁଷ୍ୟ ନିଜ ପାଇଁ ଅମ୍ଳଜାନ କିଣିବା ଅସମ୍ଭବ ହୋଇପଡ଼ିବ । ତେବେ ସମସ୍ତେ ମିଳିମିଶି ପ୍ରଦୂଷଣକୁ ରୋକିବା ଆବଶ୍ୟକ ବୋଲି ଡାକ୍ତର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି । ବାୟୁମଣ୍ଡଳରେ ବଢ଼ି ଚାଲିଥିବା ଅଙ୍ଗାରକାମ୍ଳ ଯୋଗୁଁ ପୃଥିବୀରେ ହେଉଥିବା କ୍ଷ୍ୟତିକୁ ସମସ୍ତେ ମନରେ ରଖି ଏବଂ ଏହି କ୍ଷ୍ୟତି କୁ ଦୂର କରିବା ପାଇଁ  ଡାକ୍ତର ମିଶ୍ର ସଚେତନ କରିଥିଲେ ଏବଂ ନିଜର ଦୈନିକ କାର୍ଯ୍ୟରେ ଏହାକୁ ପ୍ରତିଫଳିତ କରାଇବା ପାଇଁ କହିଥିଲେ ।ମଟର ଚାଳିତ ଯାନ ,ରୋଷେଇ ପାଇଁ ବ୍ୟବହାର ହେଉଥିବା ଇନ୍ଧନ,ପ୍ଲାଷ୍ଟିକ ର ବ୍ୟବହାର କମାଇବା ସହ ବୃକ୍ଷରୋପଣ ,ସୂର୍ଯ୍ୟ ଶକ୍ତିରୁ ମିଳୁଥିବା ବିଜୁଳିର ବ୍ୟବହାର କୁ ବଢେଇବା ପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା ବୋଲି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି।

IEC 2 years
Leave A Reply