ଦିଲ୍ଲୀ ବିଧାନସଭା ମତଦାନ ରେ ବିଜେପି କୁ ୭୦ ଟି ଆସନରୁ ୪୮ ଟି ଆସନ ରେ ବିଜୟ ଲାଭ କରି ସରକାର ଗଠନ ପାଇଁ ଯୋଗ୍ୟ ବିବେଚିତ ହୋଇଛି, ଏହା ସହିତ ଦୀର୍ଘ ୨୭ ବର୍ଷ ପରେ ଭାଜପା ଦିଲ୍ଲୀ ରେ ସରକାର ଗଠନ କରିବାକୁ ଯାଉଛି, ଚଳିତଥର ବିଧାନସଭା ମତଦାନ ରେ ଆମ ଆଦମୀ ପାର୍ଟି ପକ୍ଷରୁ ବହୁ ବଡ଼ ବଡ଼ ନେତା ପରାଜୟ ଲାଭ କରିଛନ୍ତି l ଏଥିରେ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ଅଛନ୍ତି l
ଅନ୍ୟ ପକ୍ଷରେ କଂଗ୍ରେସ ପରାଜୟ ଲାଭ କରିଛି l ବର୍ତମାନ ସମସ୍ତ ଙ୍କ ନଜର ରହିଛି ଦିଲ୍ଲୀ ରେ ମୁଖ୍ୟମନ୍ତ୍ରୀ କିଏ ହେବ, ଏହି ରେସ ରେ ୭ଜଣ ନାମ ଶୁଣିବାକୁ ମିଳିଛି, ଆସନ୍ତୁ ଜାଣିବା କିଏ ସେହି ୭ଟି ମୁହଁ l
୧ ନମ୍ବର -ଏହି ତାଲିକାରେ ପ୍ରଥମ ନାମ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମା ଙ୍କ ପ୍ରବେଶ ବର୍ମା ଙ୍କ ନାମ ରହିଛି, ସେ ପଶ୍ଚିମ ଦିଲ୍ଲୀ ରୁ ଲଗାତାର ୨ଥର ସାଂସଦ ରହି ସାରିଛନ୍ତି, ସେ ୨୦୧୯ ରେ ୫.୭୮ ଲକ୍ଷ ଭୋଟ ରେ ବିଜୟ ଲାଭ କରିଥିଲେ, ଯାହାକି ଦିଲ୍ଲୀ ଇତିହାସ ରେ ପ୍ରଥମ l ସେ କଦାପି ମତଦାନ ରେ ପରାଜୟ ଲାଭ କରି ନାହାନ୍ତି l
୨ ନମ୍ବର ରେ ରହିଛନ୍ତି ମନୋଜ ତିୱାରୀ , ସେ ଲଗାତାର ୩ଥର ଲୋକସଭା ମତଦାନ ରେ ବିଜୟ ହାସଲ କରି ସାରିଛନ୍ତି, ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ସେ ଦିଲ୍ଲୀ ବିଜେପି ଅଧକ୍ଷ ଥିଲେ l ୮ ମାସ ପରେ ବିହାର ରେ ମତଦାନ ହେବାକୁ ଯାଉଛି, ଏପରି ସ୍ଥିତି ରେ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ହେବାର ଖୁବ ସମ୍ଭାବନା ରହିଛି l
୩ ନମ୍ବର ରେ ରହିଛନ୍ତି ମନ ଜିନ୍ଦର ସିଂହ ଶୀର୍ଷା, ସେ ୨୦୧୩ ଓ ୨୦୧୭ ରେ ଶିରୋମଣି ଅକାଳୀ ଦଳ ର ଟିକେଟ ରେ ବିଧାନସଭା ମତଦାନ ଜିତି ସାରିଛନ୍ତି, ଏବଂ ସେ ୨୦୨୧ ରେ ଶିରୋମଣି ଅକାଳୀ ଦଳ ଛାଡି ବିଜେପି ରେ ସାମିଲ ହୋଇଥିଲେ, ଏହାପରେ ୨୦୨୩ ରେ ବିଜେପି ରାଷ୍ଟ୍ରୀୟ ମନ୍ତ୍ରୀ ହୋଇଥିଲେ, l ତେଣୁ ଶିଖ ଙ୍କ ପକ୍ଷରୁ ବିଜେପି ର ବଡ଼ ନେତା ହିସାବ ରେ ତାଙ୍କ ନାମ ମଧ୍ୟ ସାମିଲ ରହିଛି l
୪ ନମ୍ବର ରେ ରହିଛନ୍ତି ବିଜେପି ର ସ୍ମୃତି ଇରାନୀ , ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ସେ ବିଜେପି ମହିଳା ମୋର୍ଚା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଛନ୍ତି, ୨୦୧୪ ରେ ଲୋକସଭା ମତଦାନ ରେ ହାରିବା ପରେ ମଧ୍ୟ ମନ୍ତ୍ରୀ ପଦ ରେ ରହିଥିଲେ l ତେଣୁ ସ୍ମୃତି ଙ୍କ ନାମ ମଧ୍ୟ ଘୋଷଣା ହୋଇପାରେ l
୫ ନମ୍ବର ରେ ବିଜେନ୍ଦ୍ର ଗୁପ୍ତା ରୋହିଣୀ ବିଧାନସଭା ସିଟ ରୁ ଲଗାତାର ତୃତୀୟ ଥର ମତଦାନ ରେ ବିଜୟ ଲାଭ କରିଥିଲେ, ଏହା ବ୍ୟତୀତ ୨୦୧୫ ରେ ଯେତେବେଳେ ବିଜେପି ର ଦିଲ୍ଲୀ ବିଧାନସଭା ରେ କେବଳ ୩ଜଣ ବିଧାୟକ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ବିଜେନ୍ଦ୍ର ଗୁପ୍ତା ଥିଲେ l
୬ ନମ୍ବର ରେ ଅଛନ୍ତି ମୋହନ ସିଂହ ବିଷ୍ଟ ସେ ଲଗାତାର ଭାବରେ ୪ ଥର ବିଧାନସଭା ମତଦାନ ରେ ବିଜୟ ଲାଭ କରିସାରିଛନ୍ତି, ଚଳିତ ଥର ବିଜେପି ତାଙ୍କ ସିଟ ପରିବର୍ତ୍ତନ କରିଥିଲେ, ଏବଂ ତାଙ୍କୁ ମୁସ୍ଲିମ ବହୁଳ ମୁସ୍ତାଫାବାଦ ରୁ ଟିକେଟ ଦିଆଯାଇ ଥିଲା, ଏଠାରେ ମଧ୍ୟ ସେ ବିଜୟ ହାସଲ କରିଥିଲେ l ମୋହନ ବିଷ୍ଟ ଙ୍କର ସଙ୍ଘ ସହିତ ସମ୍ପର୍କ ଖୁବ ଭଲ l
୭ ନମ୍ବର ରେ ଅଛନ୍ତି ବୀରେନ୍ଦ୍ର ସଚଦେବ, ସେ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ପ୍ରଦେଶ ଉପଧାକ୍ଷ ରହି ସାରିଛନ୍ତି, ଏବଂ ୨୦୨୩ ରେ ସେ ଦିଲ୍ଲୀ ବିଜେପି ର ପ୍ରଦେଶ ଅଧକ୍ଷ ରହି ସାରିଛନ୍ତି l