Odisha news

ନେପାଳ ନିଜ ଦେଶର ନୂଆ ମାନଚିତ୍ର ନିର୍ଦ୍ଧାରଣ କରିବାକୁ ଯାଉଛି : ଭାରତର ଏକ ଅଂଶକୁ ନିଜର ଦାବି କରି ସଂସଦରେ ବିଧେୟକ ଆଣିଲା

0

କାଠମାଣ୍ଡୁ: ଭାରତର ଉତ୍ତର ଭାଗରେ ଏକ ଅଂଶକୁ ନିଜର ବୋଲି ଦର୍ଶାଇ ନେପାଳ ନିଜ ଦେଶର ନୂଆ ମାନଚିତ୍ର ନିର୍ଦ୍ଧାରଣ କରିବାକୁ ଯାଉଛି। ଏନେଇ ନେପାଳ ସଂସଦରେ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଛି। ବାମମେଣ୍ଟ ନେତୃତ୍ୱାଧିନ ସରକାର ସଂସଦରେ ବିଧେୟକ ଉପସ୍ଥାନ କରିଥିବାବେଳେ ବିରୋଧୀ ନେପାଳ କଂଗ୍ରେସ ମଧ୍ୟ ଏହା ସପକ୍ଷରେ ଭୋଟ୍ ଦେବ ବୋଲି ନିଷ୍ପତ୍ତି ନେଇଛି।

କୌଣସି ପ୍ରକାର ସମ୍ବିଧାନ ସଂଶୋଧନ ବିଲ୍ ପାସ ଲାଗି ନେପାଳ ସଂସଦରେ ମାସେ ସମୟ ଲାଗିଥାଏ। ହେଲେ ଏହି ଘଟଣାରେ ଲୋକଙ୍କ ଭାବାବେଗକୁ ଦେଖି ସରକାର ଓ ବିରୋଧୀ ଏକା ସାଙ୍ଗରେ ରହି ପ୍ରକ୍ରିୟାକୁ ତ୍ୱରିତ କରିଛନ୍ତି।

ମାସ ଆରମ୍ଭରେ ଶାସକ ଦଳ ପକ୍ଷରୁ ମାନଚିତ୍ରର ଚୂଡ଼ାନ୍ତ ରୂପରେଖ ଦିଆଯାଇଥିଲା। ଯାହାର ତୀବ୍ର ପ୍ରତିବାଦ କରିଥିଲା ଭାରତ। ଏହା ନେପାଳର ଏକଚାଟିଆ କାରବାର ବୋଲି ଭାରତ ସରକାର କହିଥିଲେ। ଏବେ ପୁଣି ବିଧେୟକ ପାରିତ ପାଇଁ ପଦକ୍ଷେପକୁ ଭାରତ ସରକାର ଦୃଢ଼ ବିରୋଧ କରିଛନ୍ତି। ଏଭଳି ପଦକ୍ଷେପ କେବେ ବି ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

Leave A Reply