ନୂଆଦିଲ୍ଲୀ : ନେପାଳରେ ରାଜନୈତିକ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଜୁଲାଇ ୪ ରେ ନେପାଳ କମ୍ୟୁନିଷ୍ଟ ପାଟିର ବୈଠକ ସ୍ଥଗିତ ହୋଇଯାଇଛି l ନେପାଳ କମ୍ୟୁନିଷ୍ଟ ପାଟିର ନେତା ପୁଷ୍ପ କମଳ ଦହଳ ପ୍ରଧାନମନ୍ତ୍ରୀ ଓଲିଙ୍କ ସହିତ ସାକ୍ଷାତ କରିପାରିଲେ ନାହିଁ l ବର୍ତମାନ ନେପାଳର କମ୍ୟୁନିଷ୍ଟ ପାର୍ଟି ବିଭାଜନ ଆଡକୁ ଗତି କରୁଛି l ପ୍ରଧାନମନ୍ତ୍ରୀ ଓଲି ଇସ୍ତାଫା ଦେବାପାଇଁ ମନl କରିଛନ୍ତି l ଶୁକ୍ରବାର ଓଲି ଓ ପ୍ରଚଣ୍ଡଙ୍କ ମଧ୍ୟରେ ତିନିଘଣ୍ଟା ପର୍ଯ୍ୟନ୍ତ ବୈଠକ ହୋଇଥିଲା ,ହେଲେ ଏହାର କୌଣସି ପରିଣାମ ବାହାରିଲା ନାହିଁ l ୪ ତାରିଖ ଦିନ ସକାଳ ୯ଟା ବେଳେ ଓଲି ଓ ପ୍ରଚଣ୍ଡଙ୍କ ମଧ୍ୟରେ ସାକ୍ଷାତକାର ହେବାର ଥିଲା ଓ ଦିନ ୧୧ ଟା ବେଳକୁ ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ବସିଥାନ୍ତା କିନ୍ତୁ ସବୁକିଛି ସ୍ଥଗିତ କରାହୋଇ ଷୋମବାର ଜୁଲାଇ ୬ କୁ ନିର୍ଧାର କରାଗଲା l
ବର୍ତମାନର ପ୍ରଧାନମନ୍ତ୍ରୀ ଓଲି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଉଭୟ ନେପାଳ କମ୍ୟୁନିଷ୍ଟ ପାଟିର କାର୍ଯ୍ୟକାରୀ ଅଧକ୍ଷ ଅଟନ୍ତି l ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଗୋଷ୍ଠୀ ଚାହୁଁଛନ୍ତି ଯେ ଓଲି କାର୍ଯ୍ୟକାରୀ ଅଧକ୍ଷ ପଦରୁ ଇସ୍ତାଫା ଦେଇ ଦିଅନ୍ତୁ l କିନ୍ତୁ ଓଲି ଏହା ଚାହୁଁନାହାନ୍ତି ,ପ୍ରଚଣ୍ଡ ଏହା ଭିତରେ ଅନେକ ଥର ଓଲିଙ୍କ ପାଇଁ ଟିପାଣି ଦେଇ କହିଛନ୍ତି ଯେ ଓଲି ସରକାରରେ ରହିବାକୁ ଉପଯୁକ୍ତ ନୁହଁନ୍ତି ,ତାଙ୍କ ମଧ୍ୟରେ ଓ ପାର୍ଟି ମଧ୍ୟରେ କୌଣସି ତାଳମେଳ ରହୁନାହିଁ