Odisha news

ନେପାଳ ରାଜନୀତି : ପ୍ରଧାନମନ୍ତ୍ରୀ ଓଲି ସଂସଦରେ ବିଶ୍ୱାସ ମତରେ ହାରିଲେ ,ପ୍ରଧାନମନ୍ତ୍ରୀ ପଦରୁ ଦେବେ ଇସ୍ତପା

ନୂଆଦିଲ୍ଲୀ : ନେପାଳରେ ପାଖାପାଖି ୨ବର୍ଷରୁ ଚାଲିଥିବା ରାଜନୈତିକର ବିବାଦର ଅନ୍ତ ହୋଇଛି l ବହୁ ଅସୁବିଧା ଭିତରେ ବିଶ୍ୱାସ ମତର ସାମ୍ମନା କରିବା ପାଇଁ ରାଜି ହୋଇଥିବା ପ୍ରଧାନମନ୍ତ୍ରୀ ଓଲି ସଂସଦରେ ହରି ଯାଇଛନ୍ତି ବର୍ତମାନ ତାଙ୍କୁ ଇସ୍ତପା ଦେବାକୁ ପଡିବ l ତାଙ୍କର ନିଜ ପାର୍ଟିର ନେତା ମାନେ ଦୀର୍ଘ ସମୟ ଧରି ତାଙ୍କ ଇସ୍ତପା ପାଇଁ ଦାବି କରି ଆସୁଥିଲେ l କିଛି ସମୟ ପାଇଁ ଲାଗୁଥିଲା ଓଲି କିଛି ଗୋଟିଏ ଉପାୟ କରି ନିଜ ଗାଦୀ ସମ୍ଭାଳି ନେବେ କିନ୍ତୁ ଏଭଳି ହୋଇପାରିଲା ନାହିଁ l ଓଲି ଚୀନର ଖୁବ ନିକଟତର ଅଟନ୍ତି ଓ ଅଧିକାଂଶ ସମୟ ମଧ୍ୟ ଭାରତ ବିରୋଧୀ ବୟାନ ଦେଇଛନ୍ତି l

ଷୋମବାର ଦିନ ମତଦାନ ସମୟରେ ସମୁଦାୟ ୨୩୨ ଜଣ ସଂସଦ ଅଂଶଗ୍ରହଣ କରିଥିଲେ l  ସେଥିମଧ୍ୟରୁ ୧୨୪ ଜଣ ଓଲିଙ୍କ ବିରୁଦ୍ଧରେ ଓ ୯୩ ଜଣ ଓଲିଙ୍କ ପକ୍ଷରେ ମତଦାନ କରିଥିଲେ l ୧୫ ଜଣ ସାଂସଦ ନିୟୁଟ୍ରାଲ ରହିଥିଲେ l ଅଲିଙ୍କୁ ନିଜ ସରକାର ବଞ୍ଚାଇବା ପାଇଁ ପାଖାପାଖି ୧୩୬ ଟି ଭୋଟର ଆବଶ୍ୟକତା ଥିଲା l ନେପାଳ ସଂସଦରେ ୨୭୧ ଜଣ ସଦସ୍ୟ ଅଛନ୍ତି l ସଂସଦର ଆସନ୍ତା ବୈଠକ ଗୁରୁବାର ଦିନ ହେବ ,ସେତେବେଳେ ଆସନ୍ତା ରଣନୀତି ବିଷୟରେ ବିଚାର କରାଯିବ l

ଓଲି ୨୦୧୮ ରେ ଦୁତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ l ଓଲି ନିଜର ଦଳ ଓ ଜନତା ସମାଜବାଦୀ ଦଳର ନେତା ମାନଙ୍କ ସହିତ ସାକ୍ଷାତକରି କହିଥିଲେ ଯେ ମତେ ବିଶ୍ୱାସ ରହିଛି ଯେ ମୁଁ ବିଜୟ ହାସଲ କରିବି l ବର୍ତମାନର ରାଜନୈତିକ ସଂକଟରେ ଭାରତର କୌଣସି କାର୍ଯ୍ୟ ନାହିଁ l କିନ୍ତୁ ଓଲି ଯେବେଠୁ ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି ସେ ନିଜ ଉପରେ ଆସୁଥିବା ବିପଦରୁ ଧ୍ୟାନ ହଟାଇବା ପାଇଁ ସବୁବେଳେ ଭାରତ ବିରୋଧୀ ମତ ଦେଇଥାନ୍ତି l

IEC 2 years

Comments are closed.