ନୂଆଦିଲ୍ଲୀ : ଚୀନର ଇସାରାରେ କାମ କରୁଥିବା ନେପାଳ ବର୍ତ୍ତମାନ ଆଉ ଗୋଟିଏ ବିବାଦିତ ଅଭିଯାନ ଆରମ୍ଭ କରିଛି l ଏହି ଅଭିଯାନରେ ସେ କହିଛି ଯେ ଉତରାଖଣ୍ଡର ଡେରାଡୁନ,ନଇଁତାଲ ସମେତ ହିମାଚଳ ,ୟୁପି ,ବିହାର ଓ ସିକିମର ଅଧିକାଂଶ ସହର ନେପାଳର ଅଟେ l ନେପାଳର ସରକାର କ୍ଷମତାରେ ଥିବା ପାର୍ଟି ନେପାଳୀ କମ୍ୟୁନିଷ୍ଟ ୟୂନିଫାଇଡ ନେପାଳ ନେସେନାଲ ଫ୍ରେଣ୍ଟ ସହିତ ମିଶି ଗୋଟିଏ ଦୀର୍ଘ ନେପାଳ ଅଭିଯାନ ଆରମ୍ଭ କରିଛି l ଏହି ଅଭିଯାନ ଅନୁସାରେ ନେପାଳୀ ପାର୍ଟି ମାନେ ଭାରତର ଅଧିକାଂଶ ସହରକୁ ନେପାଳର ଅଂଶ ବୋଲି ଦର୍ଶାଉଛନ୍ତି l ନେପାଳ ଭାରତର ସହର ଗୁଡିକୁ ନିଜର କହିବା ପାଇଁ ୧୮୧୬ ରେ ହୋଇଥିବା ସୁଗୋଲି ସନ୍ଧି ପୂର୍ବରୁ ନେପାଳର ମନଚିତ୍ରକୁ ଦେଖାଉଛି l
ନେପାଳ ଏହି ମାନଚିତ୍ର ଜରିଆରେ ନିଜ ଦେଶର ଲୋକମାନଙ୍କୁ ଭ୍ରମରେ ପକାଉଛି l ଦୀର୍ଘ ନେପାଳ ଅଭିଯାନ ଅନୁସାରେ ବିଦେଶରେ ରହୁଥିବା ନେପାଳୀ ଯୁବକ ମାନେ ମଧ୍ୟ ଅଧିକାଂଶ ସଂଖ୍ୟାରେ ଏଥିରେ ଯୋଡି ହେଉଛନ୍ତି l ଏଥିପାଇଁ ସ୍ୱତନ୍ତ୍ର ଭାବରେ “ଗ୍ରେଟର ନେପାଳ “ନାମକ ଫେସବୁକ ପେଜ୍ ମଧ୍ୟ ଖୋଲା ଯାଇଛି l ୟୁଟୁବରେ ମଧ୍ୟ ଗ୍ରେଟର ନେପାଳୀ ଚ୍ୟାନେଲର ଭିଡିଓ ଅପଲୋଡ଼ ହେଉଛି ,ସେଥିରେ କିଛି ପାକିସ୍ତାନୀ ଯୁବକ ଭାରତ ବିରୋଧୀ ତଥ୍ୟ ଦେଉଛନ୍ତି l ଗ୍ରୁପରେ ଯୋଡି ହୋଇଥିବା ଯୁବକ ମାନେ ନିଜର ପ୍ରୋଫାଇଲ ସ୍ଥାନରେ ପରଭେଜ ମୁସରଫ,ନବାଜ ସରିଫ ଓ ପାକିସ୍ତାନ ପତାକାର ଫୋଟୋ ଦେଇଛନ୍ତି l
୮ ଏପ୍ରିଲ ୨୦୧୯ ରେ ନେପାଳ ସଂଯୁକ୍ତ ରାଷ୍ଟ୍ର ସଂଘରେ ଏହି ମୁଦାକୁ ଉଠାଇଥିଲା l ତାପରେ ସେ ଶାନ୍ତ ହୋଇ ରହିଥିଲା ,କିନ୍ତୁ ବର୍ତ୍ତମାନ ଚୀନ୍ ର ପ୍ରରୋଚନାରେ ଆସି ଆଉଥରେ ଏପରି କରୁଛି l ଚୀନର ଇସାରାରେ କାମ କରୁଥିବା ନେପାଳର ପ୍ରଧାନମନ୍ତ୍ରୀଙ୍କ ଉପରେ ଚୀନ ଠାରୁ କୋଟିକୋଟି ଟଙ୍କା ଲାଞ୍ଚ ନେଇଥିବାର ଆରୋପ ଲାଗ ଯାଇଛି l ବିଶେଷ ସୂତ୍ରରୁ ଜଣାପଡିଛି ଯେ ଓଲିଙ୍କର ଜେନେଭା ବ୍ୟାଙ୍କ ଆକାଉଣ୍ଟରେ ୪୧.୩୪ କୋଟି ଟଙ୍କା ଜମା ହୋଇଛି l ଗ୍ଲୋବାଲ ୱାଚ ଆନାଲିସିସର ରିପୋର୍ଟ ଅନୁସାରେ ଓଲି ଅଧିକାଂଶ ବାହାର ଦେଶର କମ୍ପାନୀ ମାନଙ୍କ ଠାରୁ ସମ୍ପତ୍ତି କିଣିଛନ୍ତି l ଯାହା ଦ୍ୱାରା ଓଲି ଚୀନକୁ ନେପାଳରେ ନିଜର ବ୍ୟବସାୟ ଚାଲୁ କରିବାରେ ସାହାଯ୍ୟ କରିଛନ୍ତି l
ନେପାଳ ଅଗଷ୍ଟ ମାସରେ ବିବାଦିତ ବୟାନ ଦେଇଥିଲା l ସେ କହିଥିଲା ଉତର ଖଣ୍ଡର ଅଧିକାଂଶ ଅଞ୍ଚଳ ନେପାଳ ସୀମାରେ ଯାଉଛି l ନେପାଳ ସବୁବେଳେ ଭାରତ ସହିତ ଭଲ ସମ୍ପର୍କ ରଖିଥିବା ସମୟରେ ଚୀନର ପ୍ରରୋଚନାରେ ଆସି ଭାରତ ସହିତ ସମ୍ପର୍କ ଖରାପ କରିଛି l ଭାରତ କିନ୍ତୁ ସବୁବେଳେ ନେପାଳ ସହିତ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରିଥାଏ l ବର୍ତ୍ତମାନର ପରିସ୍ଥିତି ଆଉ ସେହିଭଳି ନାହିଁ ,ଚୀନକୁ ନିଜ ଦେଶରେ ସମସ୍ତ ବ୍ୟବସାୟରେ ସମ୍ପୃକ୍ତି ଦେଇ ବର୍ତ୍ତମାନ ଚୀନ କଥାରେ ଚାଲୁଛି l
