Odisha news

ନେପାଳ ନିଷ୍ପତି ଚୀନ୍ ର ଚିନ୍ତା ବଢ଼ାଇଲା

0

ନୂଆଦିଲ୍ଲୀ : ଚୀନ ସହିତ ନେପାଳର ଘନିଷ୍ଠତା ଓ ଚୀନର ରାଜାଦୂତଙ୍କ ସହିତ ନେପାଳର ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତାମାନଙ୍କୁ ନେଇ ମିଳାମିସାକୁ ଆଲୋଚନା କରାଯିବ ପରେ ଓଲି ସରକାର ନିୟମକୁ ବଦଳାଇବା ପାଇଁ ଫଇସଲା କରିଛନ୍ତି l ବର୍ତମାନ ଚୀନ କିମ୍ବା ଅନ୍ୟ କୌଣସି ଦେଶର ରାଜଦୂତ ନେପାଳର ପ୍ରଧାନମନ୍ତ୍ରୀ ,ରାଷ୍ଟ୍ରପତି କିମ୍ବା ନେତା ମାନଙ୍କ ସହିତ ସିଧା ସଳଖ ଦେଖା କରିପାରିବେ ନାହିଁ ,ତାଙ୍କୁ ପ୍ରୋଟକଲପାଳନ କରିବାକୁ ପଡିବ l ଗତ କିଛିଦିନ ତଳେ ଚୀନର ରାଜଦୂତ ହାଉ ନେପାଳରେ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଲି ଓ ରାଷ୍ଟ୍ରପତି ଵିଦ୍ୟାଦେବୀ ଭଣ୍ଡାରୀଙ୍କୁ ସିଧା ସଳଖ ଦେଖା କରିଥିଲେ l

ବିପକ୍ଷ ନେତାମାନେ ଚୀନର ରାଜଦୂତଙ୍କ ସହିତ ଓଲିଙ୍କର ଘନିଷ୍ଠତା ଓ ଆନ୍ତରିକତାକୁ ନେଇ ହସ୍ତକ୍ଷପ କରିବା ଉପରେ ପ୍ରଶ୍ନ ଉଠାଇଥିଲେ l ନେପାଳର ଜନତା ଓ ଗଣମାଧ୍ୟମ ମଧ୍ୟ ରାଜନୀତିରେ ଚୀନ ରାଜଦୂତଙ୍କର ପ୍ରଭାବକୁ ନେଇ ଓଲି ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲା l ଯେଉଁ କାରଣରୁ ବର୍ତ୍ତମାନ ନେପାଳ ସରକାର ଡିପ୍ଲୋମାଟ କୋର୍ଡ ଅଫ କଣ୍ଡକ୍ଟରେ ପରିବର୍ତନ କରିବାକୁ ଯାଉଛନ୍ତି l ବର୍ତ୍ତମାନ ଅନ୍ୟ କୌଣସି ଦେଶର ରାଜଦୂତ ସିଧା ସଳଖ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ନେତାଙ୍କୁ ଦେଖାକରି ପାରିବେ ନାହିଁ l ଏହି ଫଇସଲା ଦ୍ୱାରା ଚୀନକୁ ନିଜ କାମରେ ମୁଣ୍ଡ ରଖିବା ପାଇଁ ସଂକେତ ଦିଆଯାଇଛି l

ନେପାଳର ନୀତି ନିୟମ ଅନୁସାରେ ଗୋଟିଏ ପ୍ରସ୍ତାବ ୨୦୧୬ ରେ ଅଣାଯାଇଥିଲା ,କିନ୍ତୁ ଏହାକୁ କାର୍ଯ୍ୟରେ ଲାଗୁ କରା ଯାଇନଥିଲା l ବର୍ତମାନ ଏହି କୋର୍ଡ ଅଫ କଣ୍ଡକ୍ଟକୁ ପୁନର୍ବାର ଲାଗୁ କରାଯିବ ବୋଲି ନେପାଳର ବିଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି l ଏହାକୁ ତଦାରଖ କରିବା ପାଇଁ ସ୍ୱତନ୍ତ୍ର ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯିବ ,ଯେଉଁ ମାନଙ୍କର କାମ ହେଲା ଅନ୍ୟ କୌଣସି ଦେଶର ରାଜଦୂତ ଯେପରି ଏହି କୋର୍ଡ ଅଫ କଣ୍ଡକ୍ଟକୁ ଉଲଂଘନ ନକରନ୍ତି l

Leave A Reply