Odisha news

ଭାରତୀୟ ଅଧିକାରୀଙ୍କ ପତ୍ରକୁ ନେଇ ନେପାଳରେ ହଙ୍ଗାମା

0

ନୂଆଦିଲ୍ଲୀ :ନେପାଳରେ ଉତରାଖଣ୍ଡର ପିଥୋରା ଗଡ ପ୍ରଶାସନ ତରଫରୁ ପଠା ଯାଇଥିବା ଏକ ପତ୍ରକୁ ନେଇ ବିବାଦ ଦେଖାଦେଇଛି l ଧାରତୁଲାର SDM ଅନିଲ କୁମାର ଶୁକ୍ଲା ଗୋଟିଏ ଚିଠି ଲେଖି ନେପାଳ ସରକାଙ୍କୁ ଆବେଦନ କରିଛନ୍ତି ଯେ ନେପାଳୀ ନାଗରିକ ମାନେ ଭାରତରେ ଅବୈଧ ଭାବରେ ଅସୁଥିବାକୁ ରୋକ ଲଗାଯାଉ l ନେପାଳୀ ଗଣମାଧ୍ୟମ ରିପୋଟ ଅନୁସାରେ ,ପତ୍ରରେ କୁହାଯାଇଛି କି ଗୂଂଜ ,କଳାପାନି ଓ ଲିମ୍ପିୟାଧୁରାରେ ନେପାଳୀ ମାନେ ଲୁଚିଛପି ପାଶୁଛନ୍ତି l

ଭାରତ ପକ୍ଷରୁ ନେପାଳକୁ ଲେଖାଯାଇଥିବା ପତ୍ରରେ କୁହ ଯାଇଛି ଯେ ,କିଛି ସମୂହ ବ୍ୟକ୍ତି ଅବୈଧ ଭାବରେ ସୀମାପାର କରିବାକୁ ଚେଷ୍ଟା କରୁଛନ୍ତି l ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୂଂଜ ,କଳାପାନି ଓ ଲିମ୍ପିୟାଧୁରାରେ ଅବୈଧ ଭାବରେ ସୀମା ଭିତରକୁ ପାଶୁଛନ୍ତି l ଏଥିରେ ଉଭୟ ଦେଶର ପ୍ରଶାସନକୁ ଅସୁବିଧା ହେଉଛି ,ତେଣୁ ଆପଣଙ୍କୁ ଅନୁରୋଧ କରାଯାଉଛି ଯେ ଯଦି କୌଣସି ସୂଚନା ଏବିଷୟରେ ଆପଣଙ୍କୁ ମିଳୁଛି ତେବେ ଭାରତକୁ ଅବଗତ କରନ୍ତୁ l

ନେପାଳ ସରକାର ପକ୍ଷରୁ ଏହି ପତ୍ରକୁ ନେଇ କୌଣସି ପ୍ରତିକ୍ରିୟା ଦିଆ ଯାଇନାହିଁ,କିନ୍ତୁ ନେପାଳୀ ଗଣମାଧ୍ୟମରେ ଏହାକୁ ନେଇ ଖୁବ ଚର୍ଚା ହେଉଛି l ନେପାଳର ପ୍ରମୁଖ ଖବର କଗଚ “ନୟା ପତ୍ରିକା “ନିଜର ପ୍ରଥମ ପୃଷ୍ଠାରେ ଏହାକୁ ନେଇ କଭର ଷ୍ଟୋରୀ ଛାପିଛି l ଏହାର ଶୀର୍ଷକ ଦିଆଯାଇଛି “ଭାରତର ଆପତ୍ତିଜନକ ପତ୍ର -ନେପାଳୀ ମାନେ କଳାପାନି ଓ ଲିମ୍ପିୟାଧୁରାରେ ଲୁଚିଛପି ପାଶୁଛନ୍ତି “l

ନେପାଳ ଭାରତର ଏହି ତିନୋଟି ଜାଗା ଉପରେ ନିଜର ଦାବି ଦେଖାଉଛି l ନେପାଳୀ ଖବର କାଗଜରେ ଏହି କଥାକୁ ଦୋହରା ଯାଇ ଲେଖା ଯାଇଛି ଯେ କଳାପାଣି ୫୮ ବର୍ଷ ହେଲାଣି ଭାରତ ପାଖରେ ଅଛି ଓ ନେପାଳୀ ମାନେ ଅବୈଧ ଭାବରେ ପଶିବା ସମ୍ଭବ ନୁହେଁ l କିନ୍ତୁ ଭାରତ କହୁଛି ନେପାଳୀ ମାନେ ଲୁଚିଛପି ପାଶୁଛନ୍ତି l ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ଉତେଜନା ଦେଖା ଦେଇଛି l ଭାରତ ମଇ ମାସ ୮ ତାରିଖରେ ଲିପୁଲେଖା ଦେଇ ଯାଉଥିବା ରାସ୍ତା କୈଳାସ ମନସାରବର ରୋଡ ଲିଙ୍କକୁ ଉଦ୍ଘାଟନ କରିବା ସମୟରେ ନେପାଳ ଆପତ୍ତି ଉଠାଇ ଥିଲା l

ଭାରତ କରୋନା ମହାମାରୀ ସାରିବା ପରେ ସୀମା ବିବାଦକୁ ନେଇ ବୈଠକ କରିବାକୁ ପ୍ରସ୍ତାବ ରଖିଥିଲା ,କିନ୍ତୁ ନେପାଳ ଏହାପରେ ଲିପୁଲେଖ,କଳାପାନି ଓ ଲିମ୍ପିୟାଧୁରାକୁ ସାମିଲ କରି ନୂଆ ନକ୍ସା ଜାରି କରିଥିଲା l ନେପାଳ ନକ୍ସା ଜାରି କଲାପରେ ବର୍ତ୍ତମାନ ସେଠାକାର ଅଧିକାରୀ ଭାରତରେ ନେପାଳୀ ମାନଙ୍କର ଅବୈଧ ପ୍ରବେଶକୁ ଠିକ ବୋଲି କହିଛନ୍ତି l ନେପାଳର ଜଣେ ଅଧିକାରୀ ଶରତ କୁମାର ପୋଖାରେଲ ନୟା ପତ୍ରିକାକୁ ସାକ୍ଷାତ କାର ଦେଇ କହିଛନ୍ତି ଯେ “ଏଥିରେ କୌଣସି ସନ୍ଦେହ ନାହିଁ କି ଭାରତ ଯେଉଁ ଜାଗା ଗୁଡିକର ଉଲେଖ କରିଛି ସେହି ସ୍ତନ ଗୁଡିକ ନେପାଳର ଅଟେ l ନେପାଳର ନାଗରିକ ନେପାଳୀ କ୍ଷତ୍ରରେ ବୁଲିବା ପାଇଁ ତାଙ୍କର ସ୍ୱତନ୍ତ୍ରତା ରହିଛି l ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ l ଏହି ପତ୍ରଟି ୧୧ ଦିନ ପୁରୁଣା ଅଟେ କିନ୍ତୁ ଆମକୁ ଏହା ଏବେ ମିଳୁଛି l ରବିବାର ଦିନ ଗୃହ ମନ୍ତ୍ରାଳୟକୁ ଏହି ବିଷୟରେ ସୂଚନା ଦିଆଯାଇଥିଲା l ଆମେ ଭାବୁଚୁ ଯେ ନେପାଳୀ ମାନେ ନେପାଳର ଭୂମିରେ ସ୍ୱତନ୍ତ୍ରତା ଭାବେ ବୁଲି ପାରିବେ ଓ ତାଙ୍କୁ କେହି ଅଟକାଇ ପାରିବେ ନାହିଁ l “

Leave A Reply