ଭଗବାନ ଶ୍ରୀରାମଙ୍କୁ ନେଇ ଆଜିକାଲି ଅନେକ ପ୍ରକାରର ବିବାଦିତ ବୟାନ ମିଳୁଛି ,ନିକଟରେ ନେପାଳର ପ୍ରଧାନମନ୍ତ୍ରୀ ଓଲି ଏହି ପ୍ରକାରର କିଛି ବୟାନ ଦେଇ ଚର୍ଚାକୁ ଆସିଥିଲେ ନେପାଳ ପରେ ଶ୍ରୀଲଙ୍କା ବର୍ତ୍ତମାନ ଗୋଟିଏ ବିବାଦିତ ବୟାନ ରାଵଣଙ୍କୁ ନେଇ ଦେଇଛି l ଶ୍ରୀଲଙ୍କା ସରକାର ଦାଵା କରିଛନ୍ତି ଯେ ଅଜାକୁ ୫ ହଜାର ବର୍ଷ ପୂର୍ବରୁ ରାବଣ ପ୍ରଥମ ଥର ବିମାନର ବ୍ୟବହାର କରିଥିଲେ l ନିକଟରେ ଶ୍ରୀଲଙ୍କା ସରକାର ଗୋଟିଏ ବିଜ୍ଞାପନ ଜାରି କରିଛନ୍ତି ,ଯେଉଁଥିରେ ଜନସାଧାରଣଙ୍କୁ ରାବଣଙ୍କ ସହିତ ଯୋଡିହୋଇ ରହିଥିବା ବିଭିନ୍ନ ତଥ୍ୟ ବିଷୟରେ ସୂଚନା ଦେବାକୁ କୁହ ଯାଇଛି l
ଏହି ବିଜ୍ଞାପନକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଲଗା ଅଲଗା ଖବର କଗଚରେ ଜାରି କରିଛନ୍ତି l ଏହି ବିଜ୍ଞାପନରେ ସିଂଘଳି ଭାଷା ପ୍ରୟୋଗ କରାଯାଇଛି l ଶ୍ରୀଲଙ୍କା ସରକାର ବିଜ୍ଞାପନରେ କହିଛନ୍ତି ଯେ ଆମେ ରାବଣ ସହିତ ଯୋଡିହୋଇ ରହିଥିବା ସମସ୍ତ ତଥ୍ୟକୁ ସଠିକ ପ୍ରମାଣ କରି ଦୁନିଆକୁ ଜଣାଇବାକୁ ଚାହୁଁଚୁ ଯେ ବିଶ୍ୱର ପ୍ରଥମ ବିମାନ ରାବଣ ଉଡ଼ାଇଥିଲେ l ସୂଚନା ଯୋଗ୍ୟ ଯେ ୨୦୧୬ ରେ କଲୋମ୍ବୋରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ପୂର୍ବ ଉଡୟନ ମନ୍ତ୍ରୀ ନିର୍ମଳା ସିରିପାଲl ଯୋଗଦେଇ କହିଥିଲେ ଯେ ଆଧୁନିକ ଇତିହାସର ବିମାନ ରାଇଟ ବ୍ରଦର୍ସ ତିଆରି କରିଥାଇ ପାରନ୍ତି କିନ୍ତୁ ଶ୍ରୀଲଙ୍କାର ରାଜା ରାବଣ ବହାଦୁର ଥିଲେ ଯିଏ ସେହି ସମୟରେ ବିମାନ ଉଡ଼ାଇଥିଲେ l
ଶ୍ରୀଲଙ୍କାର ସିଭିଲ ଏଭିଏସନ ଅଥୋରିଟିର ପୂର୍ବତନ ଅଧକ୍ଷ ଶସୀ ଦାନତୁଞ୍ଜ କହିଥିଲେ ଯେ ଦୁନିଆର ପ୍ରଥମ ବିମାନ ରାବଣ ଉଡ଼ାଇଥିଲେ ,ଏହି କଥାକୁ ପ୍ରମାଣ କରିବା ପାଇଁ ଆମ ପାଖରେ ଅନେକ ତଥ୍ୟ ରହିଛି l ଏହାକୁ ଆମେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରମାଣ କରି ଦେଖାଇବୁ l ଭାରତରେ ରାଵଣଙ୍କୁ ତାର କୁକର୍ମ ପାଇଁ ସମସ୍ତେ ଜାଣନ୍ତି ,କିନ୍ତୁ ଶ୍ରୀଲଙ୍କାରେ ସିଂଘଳ ବୌଦ୍ଧ ଅନୁସାରେ ଦଶାନନଙ୍କ ପାଖରେ ଆସ୍ଥା ରଖନ୍ତି ଓ ରାଵଣଙ୍କୁ ଗୋଟିଏ ଦୟାଳୁ ରାଜା ଭାବରେ ମାନନ୍ତି l ଏହା ସହିତ ଶ୍ରୀଲଙ୍କା ନିଜର ପ୍ରଥମ ସାଟେଲାଇଟର ନାମ ରାବଣ ୧ ରଖିଥିଲା l ଶ୍ରୀଲଙ୍କା ୫0ଟି ଏମିତି ଜାଗାକୁ ଖୋଜି ବାହାର କରିବା ବୋଲି ଦାବି କରିଛି ଯାହାର ରାମାୟଣ ସହିତ ସମ୍ପର୍କ ରହିଛି l