ନେମାଳ : ଗତ ରବିବାର ବିଳମ୍ବିତ ରାତି୍ରରେ ନେମାଳ ଥାନା ନିକଟସ୍ଥ ସ୍କୁଲ ଛକ ଠାରେ ଥିବା ରଙ୍ଗାଧର ସ୍ୱାଇଁଙ୍କର ତେଜରାତି ଦୋକାନ ତାଲା ଭାଙ୍ଗି କୈଣସି ଦୁର୍ବୁତ୍ତ ନଗଦ ୪୩ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ନେବାରେ ଜଣାପଡିଛି ଦୈନନ୍ଦିନ ପରି ରଙ୍ଗାଧର ରାତି ୧୦ ଟା ସମୟରେ ଦୋକାନ ବନ୍ଦ୍ କରି ଘରକୁ ଯିବା ପରେ ସଂପୃକ୍ତ ଦୁର୍ବୁତ୍ତ କୌଶଳକ୍ରମେ ଏହି ତାଲା ଭାଙ୍ଗି ଟଙ୍କା ଲୁଟ୍ କରିଥିବା ଜଣାପଡିଛି ।
ଏ ସଂପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏହାର ତଦନ୍ତ କରୁଥିବା ଜଣାପଡିଛି । ତେବେ ଖବର ଲେଖା ହେବା ସୁଦ୍ଧା ଲୁଟ୍ ଟଙ୍କା କିମ୍ବାର ଲୁଟେରାର କୌଣସି ସନ୍ଧାନ ମିଳିପାରିନାହିଁ । ତେବେ ଗତ କିଛି ଦିନ ହେବ ଏହି ଅଂଚଳରେ ଚୋରା ମଦ , ଗଞ୍ଜେଇ ଆଦି କାରବାର ବୃଦ୍ଧି ପାଇଥିବାରୁ ବହୁ ଅସାମାଜିକ ବ୍ୟକ୍ତି ଏହି ନିଶା ସେବନ କରି ନାନା ଅଘଟଣ ଘଟାଉଥିବା ସାଧାରଣରେ ଆଲୋଚନା ହେଉଛି ।
