ନେମାଳ ୨୧/୮ : ନେମାଳ ବିଦୁ୍ୟତ ଉପଭୋକ୍ତା ମିଳିତ ମଂଚ ପକ୍ଷରୁ ଓରିଣ୍ଟା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅଘୋଷିତ ମନମୁଖୀ ଘନ ଘନ ବିଦୁ୍ୟତକାଟ୍ ଓ ଟାଟା ପାୱାର କଂପାନୀ ଲିମିଟେଡ୍କୁ ବିଦୁ୍ୟତ ଦାୟିତ୍ୱ ହସ୍ତାନ୍ତର ବିରୁଦ୍ଧରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି ସରକାର ରାଜ୍ୟ ବିଦୁ୍ୟତ ବୋର୍ଡକୁ ଭାଙ୍ଗି ସେସୁକୁ ବିଦୁ୍ୟତ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ନିରବଚ୍ଛିନ୍ନ ବିଦୁ୍ୟତସେବା ଯୋଗାଇ ଦେବା , ଲୋ ଭୋଲଟେଜ ସମସ୍ୟା ଦୂର କରିବା, ବିଦୁ୍ୟତ ଭିତ୍ତିଭୂମିର ବିକାଶ କରିବା ସହିତ ମିଟର ସମସ୍ୟା ଦୂର କରିବା ପାଇଁ ସରକାର ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହେଲା ନାହିଁ ।
ଗ୍ରାହକମାନେ ବିଦୁ୍ୟତ ସେବା ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ । ବର୍ତମାନ ସେସୁ ହାତରୁ ବିଦୁ୍ୟତ ଦାୟିତ୍ୱ କାଢି ନିଆଯାଇ ଟାଟା ପାୱାର ଲିଃ. ହାତକୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଦିନ ଓ ରାତିରେ ଘନ ଘନ ବିଜୁଳିକାଟ୍ର କୌଣସି ନିର୍ଦ୍ଧିଷ୍ଟ ସମୟସୀମା ନଥିଲା ବେଳେ ଲୋ ଭୋଲଟେଜ ସମସ୍ୟା ସବୁଦିନ ଲାଗି ରହିଛି । ସୌଭାଗ୍ୟ ଯୋଜନାରେ ମିଟର ବସିଥିଲେ ମ୍ମ କେତେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ବିଦୁ୍ୟତ ସଂଯୋଗ ହେଉନାହିଁ ।
ମିଟର ପରୀକ୍ଷାରେ ବହୁମାତ୍ରାରେ ତ୍ରୁଟି ବିଦୁ୍ୟତି ପରିଲକ୍ଷିତ ହୋଇଥିଲା ବେଳେ କେତେକ ସ୍ଥାନରେ ଅତି ବିପଦ ସଂକୁଳ ଅବସ୍ଥାରେ ତାର ଝୁଲିି ବହୁଧନ ଜୀବନ ହାନୀ ହେବାର ଆଶଙ୍କା ଦେଖାଦେଇଛି । ବିଦୁ୍ୟତ ଉପଭୋକ୍ତାମାନେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ଦାବି କରିଆସୁଥିଲା ବେଳେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଜଳଯୋଗାଣ ,କୃଷିକ୍ଷେତ୍ରରେ ବିଦୁ୍ୟତ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ତାହାର ସମାଧାନ ଦାବିରେ ଆଜି ନେମାଳ ବିଦୁ୍ୟତ ଉପଭୋକ୍ତା ମିଳିତ ମଂଚ ପକ୍ଷରୁ ଓରିକଣ୍ଟାସ୍ଥିତ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।
ମିଳିତ ମଂଚ ପକ୍ଷରୁ ରାଜକିଶୋର ମଲ୍ଲିକ, ପରମାନନ୍ଦ ସେଠୀ, ଅଜୟ ମଲ୍ଲିକ, ପ୍ରଶାନ୍ତ ଦାସ, ଏକାଦଶୀ ବେହେରା, ଭଗବାନ ଦାସ, ହରେକୃଷ୍ଣ ଦଳାଇ, ଦୀପକ ପରମାଣିକ, ଅରକ୍ଷିତ ସେଠୀ, ପରିକ୍ଷିତ ମଲ୍ଲିକ, ଯୁଗଳ ଦାସ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିôଲେ । ବିଦୁ୍ୟତ ବିଭାଗ ଅଧିକାରୀଙ୍କ ଅନୁପସ୍ଥିତରେ ଅ‘ିସ ଦାୟିତ୍ୱରେ ଥିବା ସୁଶାନ୍ତ କୁମାର ବେହେରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବି ପତ୍ରକୁ ଉଚ୍ଚପଦାଧିକାରୀଙ୍କୁ ତୁରନ୍ତ ପଠାଇ ଦିଆଯିବା ସହ ବିଦୁ୍ୟତ ସମସ୍ୟାର କିଭଳି ସମାଧାନ ହେବ ସେ ସଂକ୍ରାନ୍ତରେ ଆଲୋଚନା ପାଇ ଁ ପ୍ରତିଶୃତି ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ଆଗାମୀ ଦିନରେ ବିଦୁ୍ୟତ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ବିଦୁ୍ୟତ ଉପଭୋକ୍ତା ମିଳିତ ମଂଚ ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।
