ଦଶରଥପୁର : ଦଶରଥପୁର ବ୍ଲକର ଜଣେ ଜେଇଙ୍କୁ କାର୍ଯ୍ୟାରେ ଅବହେଳା ଦର୍ଶାଇ ନିଲମ୍ବନ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ ୩୧୯୩ରେ ଆଜି ଓଡିଶା ସିଭିଲ ସର୍ଭିସ ଆକ୍ଟ ୧୯୬୨ଧାର ନଂ ୧୨ରେ ବ୍ଲକର କନିଷ୍ଠ ଯନ୍ତ୍ର ପ୍ରଶାନ୍ତ କୁମାର ଘଡାଇଙ୍କୁ ନିଲମ୍ବନ କରାଯାଇଛି । ସେ ଉପରିସ୍ତ ଅଧିକାରୀଙ୍କ କଥା ନମାନିବା ସହିତ ମନରେଗା କାର୍ଯ୍ୟରେ ଅବହେଳା କରିବା ଦର୍ଶାଯାଇଛି ।
ଶ୍ରୀ ଘଡାଇ ମଲ୍ଲିକାପୁର, ଦୁଦୁରାଅନ୍ତା, ଶୁଶୁଆ, ମଂଗଳପୁର, କମାରଡିହି, ଖାନନଗର ପଂଚାୟତ ଦାୟୀତତ୍ୱରେ ଥିଲେ । ଏବିଷୟରରେ ଜେଇ ଶ୍ରୀ ଘଡାଇଙ୍କୁ ପଚାରିବାରେ ମୁଁ ଏକ ଶୁଦ୍ଧିକ୍ରିୟାରେ ଆସିଥିବାରୁ ଏସମ୍ପର୍କରେ ମୁଁ କୌଣସି ମତାମତ ଦେବାକୁ ସକ୍ଷମ ନୁହେଁ ।