Odisha news

ଲାଇଭ୍‌ ଶୋ’ରେ ବିଲୀ ହେଲେ ଉଲଗ୍ନ

0

ମାତ୍ର ୧୮ ବର୍ଷ ବୟସରେ ସଂଗୀତ ଜଗତରେ ବିଶ୍ୱଖ୍ୟାତି ପାଇଥିବା ଏକାଧିକ ଗ୍ରେମି ଆୱାର୍ଡ ବିଜୟିନୀ ସିଙ୍ଗର୍‌ ବିଲି ଏଲିଶଙ୍କ ଦୁଇ ମିନିଟ୍‌ର ଏକ ଭିଡ଼ିଓ ଏବେ ସୋସାଲ୍‌ ମିଡିଆରେ ଚର୍ଚ୍ଚା ସାଉଁଟୁଛି । ଭିଡିଓଟି ଏକ ଲାଇଭ୍‌ କନସର୍ଟର । କନସର୍ଟରେ ସେ ସମସ୍ତଙ୍କ ସାମ୍ନାରେ ସେ ପିନ୍ଧିଥିବା ସବୁ ଡ୍ରେସ୍‌ ଖୋଲି ବଡ଼ି ସେମିଂକୁ କଡ଼ା ବିରୋଧ କରିଛନ୍ତି । ସେ କହିଛନ୍ତି ତାଙ୍କ ଶରୀର କେବଳ ତାଙ୍କର ଯାହାକୁ ସେ ତାଙ୍କ ହିସାବରେ ରଖିବେ । ଏଥିରେ କାହାରି ଆପତ୍ତି ରହିବା ଉଚିତ୍‌ ନୁହେଁ । ବିଲୀ ସର୍ବଦା ଓଭରସାଇଜଡ୍‌ ବା ବ୍ୟାଗି ଟ୍ରାକସୁଟ୍‌ ପିନ୍ଧିଥାନ୍ତି । କନସର୍ଟରେ ପ୍ରଥମେ ସେ ତାଙ୍କ ଲୁଜ୍‌ ଫିଟିଙ୍ଗ୍‌ ଟପ୍‌ ଖୋଲି କହିଲେ- ଯଦି ମୁଁ କମଫଟେର୍ବଲ ଡ୍ରେସ୍‌ ପିନ୍ଧୁଛି ତା’ହେଲେ କୁହାଯାଉଛି ମୁଁ ମହିଳା ନୁହେଁ । ଯଦି ଡ୍ରେସ୍‌ ଖୋଲୁଛି କୁହାଯାଉଛି ମୋ ଚରିତ୍ର ଭଲ ନୁହେଁ । ମୋ ଶରୀର କେହି ଦେଖି ନାହାନ୍ତି, ତା’ ସତ୍ତେ୍ୱ ଲୋକମାନେ ମୋ ଶରୀରକୁ ଜଜ୍‌ କରୁଛନ୍ତି । ଜଜ୍‌ କରିବା ଅଧିକାର ସେମାନଙ୍କୁ ଦେଲା କିଏ? ମୁଁ ଛୋଟୀ, ମୋଟୀ,ପତଳୀ ଯାହା ହେଲେ ବି ମୁìଁ ହିଁ ମୁଁ । ବିଲୀଙ୍କ ସଂଗୀତକୁ ନେଇ ଲୋକଙ୍କ ପାଖରେ ବିଭିନ୍ନ ରାୟ ରହିବା ସ୍ୱାଭାବିକ । କେବଳ ତାଙ୍କର ନୁହେଁ, ମୁ୍ୟଜିକ୍‌ ଇଣ୍ଡଷ୍ଟ୍ରିରେ ଥିବା ଯୁବତୀମାନଙ୍କ ବେଶଭୂଷା, ଚାଲିଚଳନକୁ ନେଇ ସୋସାଲ୍‌ ମିଡ଼ିଆରେ ଅନେକେ କମେଣ୍ଟ୍‌ କରନ୍ତି । କାହାକୁ ସେ ଖୁବ୍‌ ସେକ୍ସି ଲାଗନ୍ତି ତ ଆଉ କାହାକୁ ପୂରା ଚରିତ୍ରହୀନା । କିଛି ଲୋକ ଏହି କଥାକୁ ନେଇ ଅନ୍ୟକୁ ଲଜ୍ଜିତ କରନ୍ତି । ଲୋକଙ୍କ ଜଜମେଣ୍ଟ୍‌ ଓ ସମାଲୋଚନାକୁ ଗୁରୁତ୍ୱ ଦେଲେ ଆଗକୁ ବଢ଼ିପାରି ନ ଥାନ୍ତେ ବୋଲି ବିଲି କହିଛନ୍ତି । ଭଲ ବା ଅଧିକ କପଡ଼ା ପିନ୍ଧିଲେ ସେଥିରୁ କ’ଣ ପ୍ରମାଣିତ ହେବ? ତାଙ୍କ ଗୁରୁତ୍ୱ କ’ଣ ଲୋକଙ୍କ ଓପିନିୟନ୍‌ ଉପରେ ନିର୍ଭର କରେ? ନିଜ ବିଷୟରେ ନିଜ ରାୟ କ’ଣ ଗୁରୁତ୍ୱ ରଖେନି? ଏଭଳି ପ୍ରଶ୍ନ କରି ବଡ଼ି ଶେମିଂ ଉପରେ ସମାଲୋଚନା କରୁଥିବା ଲୋକଙ୍କ ମୁହଁ ବନ୍ଦ କରିବା ଉଦ୍ଦେଶ୍ୟରେ ମିୟାମିଠାରେ ଆୟୋଜିତ ଲାଇଭ୍‌ କନସର୍ଟରେ ବିଲୀ ଗୋଟିକ ପରେ ଗୋଟିଏ ପୋଷାକ ଖୋଲି ଫ୍ୟାନ୍‌ମାନଙ୍କୁ ସ୍ତବ୍ଧ କରିଦେଇଥିଲେ ।

Leave A Reply