Odisha news

ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ : ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ

0

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ଓ ଶ୍ରୀରାମ ନେପାଳୀ। ଭାରତର ଲିପୁଲେଖ-କଳାପାଣି ଅଞ୍ଚଳକୁ ନିଜର ବୋଲି ଦାବି କରିବା ପରେ ଏବେ ଏଭଳି ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି ଭାରତ ବିରୋଧରେ ସାଂସ୍କୃତିକ ତଥ୍ୟ ଅତିକ୍ରମଣର ଅଭିଯୋଗ ଲଗାଇଥିଲେ।

ସେ ଦାବି କରିଛନ୍ତି ଯେ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଭାରତର ଉତ୍ତରପ୍ରଦେଶ ନୁହେଁ ବରଂ ନେପାଳର ବାଲ୍ମିକୀ ଆଶ୍ରମ ପାଖରେ ନେପାଳୀ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଓଲି କହିଛନ୍ତି କି ଆମେ ଆଜି ପର୍ଯ୍ୟନ୍ତ ଭ୍ରମରେ ଥିଲୁ ଯେ ସୀତାଙ୍କ ବିବାହ ଯେଉଁ ଭଗବାନ ଶ୍ରୀରାମଙ୍କ ସହ ହୋଇଥିଲା, ସେ ଭାରତୀୟ କିନ୍ତୁ ପ୍ରକୃତରେ ଭଗବାନ ଶ୍ରୀରାମ ଭାରତୀୟ ନୁହନ୍ତି, ନେପାଳୀ।

ଓଲିଙ୍କ ଏଇ ମନ୍ତବ୍ୟକୁ ନେଇ ପୁଣି ଏକ ବଡ଼ ବିବାଦ ଠିଆ ହୋଇଛି। ତେବେ ଓଲିଙ୍କ ଏଭଳି ବୟାନଙ୍କୁ ଅଯୋଧ୍ୟାର ସାଧୁସଂନ୍ଥ ନିନ୍ଦା କରିଛନ୍ତି।

Nalco
Leave A Reply