Odisha news

ନୟାଗଡ଼ରେ ତିନିଅଙ୍କ ଧରିଲା କରୋନା ପଜିଟିଭ : ମାସକ ମଧ୍ୟରେ ୧୦୦ ଆକ୍ରାନ୍ତ, ଦିନକୁ ଦିନ ବଢ଼ୁଛି ଗୋଷ୍ଠୀ ସଂକ୍ରମଣ

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ତିନିଅଙ୍କ ଛୁଇଁଛି । ମାସକ ମଧ୍ୟରେ ୧୦୦ ଜଣ କରୋନା ରୋଗର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ୮୦ରୁ ଅଧିକ ଆରୋଗ୍ୟ ହୋଇଥିଲେ ହେଁ, ସଂଗରୋଧ କେନ୍ଦ୍ର ବାହାରେ ବଢ଼ୁ ଥିବା ଗୋଷ୍ଠୀ ସଂକ୍ରମଣ ଚିନ୍ତର ବିଷୟ ହୋଇଛି ।

ନୟାଗଡ଼ ଜିଲ୍ଲାରେ ମାସକ ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୦୦ରେ ପହଞ୍ଚିଛି । ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ରୋଗୀ ମେ’ ମାସ ୯ତାରିଖରେ ଚିହ୍ନଟ ହୋଇଥିଲା । ଓଡ଼ଗାଁ ବ୍ଲକ କରଡ଼ା ସଂଗରୋଧ କେନ୍ଦ୍ରରେ ସୁରଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିଲେ । ପରେ ଏହି ସଂଖ୍ୟା ବଢ଼ି ବର୍ତ୍ତମାନ ସୁଦ୍ଧା ସଙ୍ଗରୋଧ କେନ୍ଦ୍ରରେ ୯୩ ଜଣ ପ୍ରବାସୀ କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନାରୁ ଜଣାଯାଇଛି । ସେତିକି ବେଳେ ଜୁନ ମାସ ୨ତାରିଖରୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇ ସପ୍ତାହକ ମଧ୍ୟରେ ୭ଜଣ ସଂକ୍ରମିତ ହେବା ଚିନ୍ତାର ବିଷୟ ପାଲଟିଛି ।

ଗୋଷ୍ଠୀ ସଂକ୍ରମଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ସହିତ ୨ଜଣ ନର୍ସ ରହି ଥିବାବେଳେ ଜଣେ କଲେଜ ଛାତ୍ର ଓ ମଧ୍ୟଖଣ୍ଡ ଗାଁର ଜଣେ ୧୭ ବର୍ଷିୟା ଯୁବତୀ ରହିଛନ୍ତି । ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନୟାଗଡ଼ ବ୍ଲକ ଖେଡ଼ପଡ଼ା, ବାଲିକୁଦିଆ, ମାନପୁର ଏବଂ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁର ୩ଟି ସାହିକୁ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ କଣ୍ଟେନ୍ମେଣ୍ଟ୍ ଜୋନ ଘୋଷଣା କରି ସାରିଛନ୍ତି । ଏଭଳି ସ୍ଥିତିରେ ମହାମାରୀ କରୋନା ସଂକ୍ରମଣରୁ ଦୂରେଇ ରହିବାକୁ କେବଳ ସାମାଜିକ ଦୂରତ୍ୱ ଏକମାତ୍ର ପନ୍ଥା ହୋଇଥିବା ସବୁସ୍ତରରେ ପରାମର୍ଶ ଦିଆଯାଉଛି ।

ନିଶିକାନ୍ତ ରଥ

Leave A Reply