Odisha news

ନୟାଗଡ଼ : ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, କାରଣ ଖୋଜୁଛି ପୋଲିସ୍

0

ନୟାଗଡ଼ : ନୟାଗଡ଼ ଟାଉନ୍ ଥାନା ଡିଆଁପଡ଼ା ଗାଁର ବୃଦ୍ଧ ପ୍ରହଲ୍ଲାଦ ଜେନାଙ୍କ ବିଭତ୍ସ ହତ୍ୟା ହୋଇଛି । କୌଣସି ଦୁବୃର୍ତ୍ତ ବୃଦ୍ଧ ପ୍ରହଲ୍ଲାଦଙ୍କୁ ଏକ ପଥର ଶୀଳରେ ଛେଚି ହତ୍ୟା କରି ଫେରାର ହୋଇଯାଇଛି । ଟାଉନ୍ ଥାନା ପୋଲିସ୍ ଏକ ହତ୍ୟା ମୋକଦ୍ଦମା ଋଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ଆଇ ଆଇ ସି ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି ।

ଡିଆଁପଡ଼ା ଗାଁର ପ୍ରହଲ୍ଲାଦ ଜେନା (୬୫)କୁ ଅତି ନିର୍ମମ ହତ୍ୟା କରାଯାଇଛି । ଏକ ପଥର ଶୀଳରେ ବୃଦ୍ଧଙ୍କ ମୁଣ୍ଡକୁ ଛେଚି ଛେଚି ହତ୍ୟା କରାଯିବା ଘଟଣା ସମସଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପୋଲିସ୍ ସୂଚନା ଅନୁଯାୟୀ, ବୃଦ୍ଧ ପ୍ରହଲ୍ଲାଦ କିଛି ବର୍ଷ ହେବ ଗାଁ ଠାରୁ ଦୂରରେ ଥିବା ନିଜ ଚାଷ ଜମିରେ ଏକ କୁଡିଆରେ ରହୁଥିଲେ । ସେଠାରେ ବୃଦ୍ଧ ପ୍ରହଲ୍ଲାଦ ଏକାକୀ ରହୁଥିଲେ । ଗୁରୁବାର ସକାଳେ ତାଙ୍କ ପୁଅ ଜମିକୁ ଜିବା ବେଳେ ବୃଦ୍ଧ ବାପ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କୁଡିଆରେ ମରି ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ଘଟଣା ସଂପର୍କରେ ଖବର ପାଇ ଥାଉନ୍ ଥାନା ପୋଲିସ୍ ପହଞ୍ଚି ତଦନ୍ତ କରିଥିଲା । ଅଧିକ ତଦନ୍ତ ପାଇଁ ଖୋର୍ଦ୍ଧା ସାଇଣ୍ଟିଫିକ୍ ଟିମ୍ ଓ ଭୁବନେଶ୍ୱର ଡଗ ସ୍କ୍ୱାଡ ମଧ୍ୟ ପହଞ୍ଚି ଅନୁସନ୍ଧାନ କରିଥିଲା । ହେଲେ ପୋଲିସ୍ ଡଗ ସ୍କ୍ୱାଡକୁ ସେପରି ସଫଳତା ମିଳି ନାହିଁ । ସେପଟେ ଟାଉନ୍ ଥାନାରେ ୩୦୨ ଦଫାରେ ୯୭/୨୦ରେ ଏକ ମୋକଦ୍ଦମା ଋଜୁ କରା ଯାଇଛି । ପ୍ରାଥମିକ ତଦନ୍ତ ବେଳେ ପ୍ରହଲ୍ଲାଦଙ୍କର କାହାରି ସହିତ ଶତ୍ରୃତା ନଥିବା ପୋଲିସ୍ କହିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ପ୍ରହଲ୍ଲାଦ କିଛି ମାସ ପୂର୍ବେ ଦେଶୀ ମଦ ବ୍ୟବସାୟ କରୁଥିବା ବେଳେ ବକେୟା ଟଙ୍କା କୁ ନେଇ କେତେକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏପରି ସାମାନ୍ୟ କଥାକୁ ନେଇ କେହି ବିଭତ୍ସ ହତ୍ୟା କାଣ୍ଡ ଘଟାଇଛି ନା ଅନ୍ୟ କିଛି କରାଣ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଆଇଆଇସି ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.