Odisha news

ନୟାଗଡ଼ରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର : ଦିନକରେ ୧୪ ଆକ୍ରାନ୍ତ, ୧ମୃତୁ୍ୟ ନେଇ ସୂଚନା, ୨୦ରୁ ଅଧିକ ଗାଁକୁ ସିଲ୍ କଲା ପ୍ରଶାସନ

0

ନୟାଗଡ଼: ନୟାଗଡ଼ରେ କରୋନା ମହାମାରୀ ଭୂତାଣୁ ଉଗ୍ରରୂପ ଧାରଣ କରିଛି । ଗୋଟିଏ ଦିନରେ ଜିଲ୍ଲାରୁ ୧୪ ଜଣ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତୁ୍ୟ ହୋଇଥିବା କୁହାଯାଉଛି । କରୋନା ସଂକ୍ରମିତଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କ ମୃତୁ୍ୟ ହେବା ଏହା ପ୍ରଥମ ଘଟଣା ହୋଇଛି । ଏହି ଖବର ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ଭୟକୁ ଦ୍ୱିଗୁଣିତ କରିଛି । ମୃତକ ଜଣଙ୍କ ନୟାଗଡ଼ ପୈରାଞ୍ଚଳର ହୋଇଥିବା କୁହାଯାଉଛି ।
ନୟାଗଡ଼ରେ କରୋନା ଭୂତାଣୁ ମାରାତ୍ମକ ରୂପ ଧାରଣ କରିଛି । ଜୁନ ୩୦ ତାରିଖ ଦିନ ଜିଲ୍ଲାରୁ ୧୪ଜଣ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ । ଏହାକୁ ମିସାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ ହୋଇଛି । ସେମାନଙ୍କ ମଧ୍ୟରୁ ୧୩୧ ଜଣ ସୁସ୍ଥ ହୋଇ ଥିବାବେଳେ ଚିକିତ୍ସାଧିନ ୩୧ ଆକ୍ରାନ୍ତଙ୍କ ମଧ୍ୟରୁ ଜୁଲାଇ ୧ତାରିଖରେ ଜଣଙ୍କର ମୃତୁ୍ୟ ଖବର ସବୁ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି । ଯଦିଓ ମୃତକଙ୍କ ସଂପର୍କରେ ନିର୍ଦ୍ଧିଷ୍ଠ ତଥ୍ୟ ହସ୍ତଗତ ହୋଇ ନାହି ତଥାପି ମୃତକ ନୟାଗଡ଼ ପୌରାଞ୍ଚଳର ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି । କରୋନା ଭୂତାଣୁ ସଂକ୍ରମଣରେ କାହାର ମୃତୁ୍ୟ ହେବା ଜିଲ୍ଲା ପାଇଁ ଏହା ପ୍ରଥମ ଘଟଣା ହୋଇ ଥିବାବେଳେ ସରକାରଙ୍କ କରୋନା ମୃତୁ୍ୟ ତାଲିକାରେ ନୟାଗଡ଼ ଜିଲ୍ଲା ନାମ ଯୋଡ଼ି ହୋଇଯାଇଛି ।
ଜିଲ୍ଲାରେ କରୋନା ଚିତ୍ରକୁ ଲକ୍ଷ୍ୟ କଲେ ପ୍ରଥମେ ଏହି ମହାମାରୀ ଭୂତାଣୁ ସଂକ୍ରମଣ ସଂଗରୋଧ କେନ୍ଦ୍ରରେ ସୀମିତ ରହିଥିଲା । ପରେ ନୟାଗଡ଼ ବ୍ଲକର ଏକ ଗାଁରୁ ରୋଗୀ ଚିହ୍ନଟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ ଆକ୍ରାନ୍ତ ଖବର ଚିନ୍ତା ବଢ଼ାଇଥିଲା । କ୍ରମଶଃ ଗାଁକୁ ଗାଁ ସଂକ୍ରମଣ ବ୍ୟାପୀ ଏବେ ଗୋଷ୍ଠୀ ସଂକ୍ରମଣ ରୂପ ଧାରଣ କରିଛି । ବିଶେଷ କରି ଜୁନ ୩ୟ ସପ୍ତାହ ବେଳେକୁ ନୟାଗଡ଼ ସହରର ଜଣେ ଅଳଙ୍କାର ବ୍ୟବସାୟୀ ଆକ୍ରାନ୍ତ ହୋଇ ତାଙ୍କ ସଂସ୍ପର୍ଷରେ ଆସିଥିବା ୭ରୁ ଅଧିକ ଲୋକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇଥିବା ବେଳେ ମୃତକ ଜଣଙ୍କ ସମ୍ଭବତଃ ଅଳଙ୍କାର ଦୋକାନ ସଂକ୍ରମିତ ଗୋଷ୍ଠୀର କୁହାଯାଉଛି । ଆକ୍ରାନ୍ତଙ୍କ ସ୍ୁସ୍ଥ ହାର ଯଦିଓ ୮୦ ପ୍ରତିଶତରୁ ଅଧିକ ରହିଛି ତଥାପି ଜଣଙ୍କର ମୃତୁ୍ୟ ଖବର ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି ।
ଅନ୍ୟପକ୍ଷେ ଗୋଟିଏ ଦିନରେ ଓଡ଼ଗାଁ ବ୍ଲକ ଓ ଏନଏସି ଅଞ୍ଚଳରେ ୧୪ ଜଣ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁ ଓଡ଼ଗାଁ ବ୍ଲକ ସୁନାମୁଁହି ଗ୍ରାମ ପଞ୍ଚାୟତ ର ୬ଟି ଗାଁ, ଗିରିଡ଼ିପଲ୍ଲୀ ର ୬, କୁରାଳ ର ୪, ପାଣ୍ଡେରୀପଡ଼ା ୩ ଏବଂ କୋମଣ୍ଡ ପଞ୍ଚାୟତର ଗୋଟିଏ ଗାଁ ସମେତ ୨୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି । ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ରୁ ୧୫ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟତାଲିକାରେ ରଖାଯାଇଛି । ଏହାବ୍ୟତୀତ ଅନ୍ୟ ୧୫ଟି ଗାଁକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇ ସେଠାରେ ସମସ୍ତ କଟକଣା ଲାଗୁ କରିବାକୁ ନିଦେ୍ର୍ଦଶ ରହିଛି । ଏପରିସ୍ଥଳେ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଧିରେ ଧିରେ ଗମ୍ଭୀର ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଉଛି ।

Leave A Reply