Odisha news

ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗକରି କଂଗ୍ରେସର ଧାରଣା

0

ନୟାଗଡ଼ : ନୟାଗଡ଼ ବ୍ଲକ ଅଞ୍ଚଳରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ତୋଷାରପାତ ଅଭିଯୋଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ଦିନ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ଥିଲା । ବିଡ଼ିଓ ଅନୁପସ୍ଥିତି ଥିବା ଦେଖି ଧାରଣାକାରୀ ଜିଲ୍ଲାପାଳ କାର୍ଯ୍ୟାଳୟ ମଧ୍ୟରେ ଧାରଣାରେ ବସିଥିଲେ । ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରତିଶ୍ରୃତି ପରେ ଧାରଣା ପ୍ରତ୍ୟାହାର ହୋଇଥିଲା ।

ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ଗ୍ରାପଞ୍ଚାୟତ ସଠିଆପଲ୍ଲୀ ପୋଖରୀ ଖନନ କାର୍ଯ୍ୟରେ ଅନିୟମିତା ଓ ଅର୍ଥ ତୋଷାରପାତ ଅଭିଯୋଗ ଆଣିଛି ସ୍ଥାନୀୟ କଂଗ୍ରେସ କମିଟି । ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେବା ପରିବର୍ତ୍ତେ ବ୍ଲକ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀଙ୍କ ଜାଣତରେ ମେସିନ୍ ଦ୍ୱାରା କାର୍ଯ୍ୟ କରାଯାଇ ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଘଟଣାରେ ସଂପୃକ୍ତ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଖୁଣ୍ଟୁବନ୍ଧ ପଞ୍ଚାୟତ କଂଗ୍ରେସ କମିଟି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲା ।

ବିଡ଼ିଓ ଅନୁପସ୍ଥିତ ଥିବା ଦେଖି ବିକ୍ଷୋଭକାରୀ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । କିଛି ସମୟ ଧରି ଧାରଣା ଓ ପ୍ରତିବାଦ ଚାଲିବା ପରେ ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୃତି ଦେଇଥିଲେ । ପରେ ଧାରଣା ପ୍ରତ୍ୟାହାର ହୋଇଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ରଣଜିତ ଦାଶ, କାର୍ଯ୍ୟକାରୀ ସଭାପତି କମଳ ଚରଣ ସାହୁ, ପିସିସି ସଂପାଦକ ହୁସେନ ଖାଁ ପ୍ରମ୍ମୁଖ ପ୍ରତିବାଦ ଓ ଧାରଣା ରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ସେବାଦଳ ସଂଯୋଜକ ବିମଳ କୁମାର ଦାଶଙ୍କ ସମେତ ଦଳର ଫକିର ଚରଣ ମଲ୍ଲ, ପ୍ରହଲ୍ଲାଦ ପାତ୍ର ଆଦି ଧାରଣା ସ୍ଥଳରେ ରହି ଘଟଣାର ପ୍ରତିବାଦ କରିଥିଲେ ।

Leave A Reply

Your email address will not be published.