Odisha news

ନୟାଗଡ ଜିଲ୍ଲାରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଆରମ୍ଭ

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଟିମ୍ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ରାଜ୍ୟ ସରକାରଙ୍କ ସମନ୍ୱିତ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଯୋଜନାରେ ସର୍ଭେ ଆରମ୍ଭ କରିଛି । ଉକ୍ତ ଅଭିଯାନକୁ ଜିଲ୍ଲାବାସୀ ସହଯୋଗ କରିବାକୁ ଜିଲ୍ଲାପାଳ ଡା. ପୋମା ଟୁଡୁ ନିବେଦନ କରିଛନ୍ତି । ଏଥିରେ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ଏଏନଏମ୍ ଙ୍କୁ ସାମିଲ କରାଯାଇଛି ।

ଉକ୍ତ ଟିମ୍ ଗାଁ ଗାଁ ବୁଲି ମ୍ୟାଲେରିଆ, ଜ୍ୱର, ଝାଡ଼ା, ଥଣ୍ଡା, କାଶ, ଟିବି ଆଦି ରୋଗ ସଂପର୍କରେ ସର୍ଭେ କରୁଛନ୍ତି । ଥଣ୍ଡା ଜ୍ୱର କିମ୍ବା କାଶ କଫ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ରେକର୍ଡ କରାଯାଉଛି । ଆବଶ୍ୟକ ସ୍ଥଳେ ସେସବୁ ରୋଗୀଙ୍କ ସ୍ୱାବ୍ ସଂଗ୍ରହ କରି କରୋନା ଟେଷ୍ଟ୍ ପାଇଁ ପଠାଯାଉଥିବା ସୂଚନା ମିଳିଛି । ଏହାଛଡ଼ା ଜଳବାହିକା ରୋଗ ପ୍ରତିକାର ଏବଂ ଓøଷଧପତ୍ର ମଧ୍ୟରେ ଜିଙ୍କ୍, ଓଆରଏସ୍ ପାଉଡର ପ୍ରଦାନ କରାଯାଉଛି । ଉକ୍ତ ଅଭିଯାନ ଜୁନ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଚାଲିବା ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

Leave A Reply