ନୟାଗଡ଼ :ନୟାଗଡ଼ ଜିଲ୍ଲାର କରୋନା କ୍ଷତିଗ୍ରସ୍ତ କଳାକାର, ସେଲୁନ, ବିୟୁଟିପାର୍ଲର ବ୍ୟବସାୟୀ ଓ ଚାଷୀଙ୍କୁ ସରକାରୀ ଭତ୍ତା ପ୍ରଦାନ ପାଇଁ ଦାବି ହୋଇଛି । କରୋନା କାଳରେ ଲକଡାଉନ ଓ ଓ ସଟ୍ଡାଉନ କାରଣରୁ ପ୍ରଭାବିତ ଉକ୍ତ ନିମ୍ନବର୍ଗର ବ୍ୟବସାୟୀ ଓ ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି ।
ଏମାନଙ୍କୁ ମାସିକ ୩ହଜାର ଲେଖାଏଁ ୬ମାସର ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ନବନିର୍ମାଣ କୃଷକ ସଂଗଠନ ଦାବି କରିଛି ।
କ୍ରାନ୍ତୀ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ସମର୍ଥକ ବିକ୍ଷୋଭ ମାଧ୍ୟରେ ଏହି ଦାବି ଜଣାଇଥିଲେ । ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ନବ ନିର୍ମାଣ କୃଷକ ସଂଗଠନ କରୋନା ସ୍ଥିତିରେ ଚାଷୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସୁରକ୍ଷା ଲାଗି ମାସିକ ୫ହଜାର ଭତ୍ତା ଦାବି କରି ଆସିଛି । ତାହା ସରକାର ପୂରଣ କରି ନାହାନ୍ତି । ଏବେ କ୍ଷୁ୍ୟଦ୍ର ବ୍ୟବସାୟୀ ଓ କଳାକାରଙ୍କୁ ଭତ୍ତା, ବ୍ୟାଙ୍କ ଋଣ ପରିଶୋଧ ସମୟ ବୃଦ୍ଧି. ତୃତୀୟ ଲହର କୁ ନେଇ ସମ୍ଭାବ୍ୟ ଲକଡାଉନ୍ ଓ ସଟ୍ଡାଉନ୍ ସମୟରେ ଉକ୍ତ ବର୍ଗର ଭରଣ ପୋଷଣର ଗ୍ୟାରେଣ୍ଟି ଦେବାକୁ ସରକାରଙ୍କ ନିକଟରେ ସଂଗଠନ ଦାବି କରିଛି ।
Comments are closed.