Odisha news

ଭାପୁର ବ୍ଲକ ଅଧ୍ୟକ୍ଷ କକ୍ଷ୍ୟରେ ତାଲା : ପ୍ରଶାସନିକ ନିରପେକ୍ଷାତାକୁ ନେଇ ଅଧ୍ୟକ୍ଷା ଉଠାଇଲେ ପ୍ରଶ୍ନ

ନୟାଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଗଣତନ୍ତ୍ରକୁ ଅଧିକ ମଜବୁତ କରିଥାଏ । ସେଥିଲାଗି ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁ ଏହି ବ୍ୟବସ୍ଥାକୁ ତାଙ୍କ ସରକାର ସମୟରେ ଗୁରୁତ୍ୱ ଦେଉଥିଲେ । ହେଲେ ବିଭିନ୍ନ କାରଣରୁ ତାହା ଏବେ ବାଟବଣା ହୋଇଥିବା ଦେଖାଯାଉଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଚେୟାରମ୍ୟାନ ଅଫିସ୍ କକ୍ଷ୍ୟରେ ଅଧକ୍ଷାଙ୍କୁ ବସି କାମ କରିବାର ସୁଯୋଗ ନ ମିଳିବା ଘଟଣା ପ୍ରଶାସନିକ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗଣତାନ୍ତ୍ରୀକ ବ୍ୟବସ୍ଥାରେ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ତାଙ୍କ ପରିଧି ମଧ୍ୟରେ କାର୍ଯ୍ୟ କରିବାକର ସୁଯୋଗ ନଦେବା ଅର୍ଥ ଗଣତାନ୍ତ୍ର ବ୍ୟବସ୍ଥାର ଗତିରୋଧ କରିବା ସହ ସମାନ ମନେ କରାଯାଏ । ହେଲେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାସନ ବ୍ୟବସ୍ଥାରେ ଏପରି ଏକ ଅଭାବନୀୟ ଘଟଣା ଲୋକ ଲୋଚନ କୁ ଆସିଛି । ବ୍ଲକ ଚେୟାମ୍ୟାନ ଶାନ୍ତିଲତା ବେହେରାଙ୍କୁ ଚେୟାରମ୍ୟାନ କକ୍ଷରେ ବସି ସରକାରୀ କାର୍ଯ୍ୟ କରିବାକୁ ସୁଯୋଗ ମିଳୁଥିବା ଶାନ୍ତିଲତା ଅଭିଯୋଗ କରିଛନ୍ତି । ବ୍ଲକ ପରିସରରେ ଉଦ୍ଦିଷ୍ଠ ଚେୟାରମ୍ୟାନ କକ୍ଷ୍ୟ ତାଲା ବନ୍ଦ ରହିଛି । ତାଲା ଫିଟାଇବାରେ ବ୍ଲକ ପ୍ରଶାସନ ଅସହଯୋଗ କରିବାରୁ ଅଧ୍ୟକ୍ଷା ଶାନ୍ତିଲତା ସମର୍ଥକଙ୍କ ସହ ବ୍ଲକ କାର୍ଯ୍ୟଳୟରେ ଗୁରୁବାର ଦିନ ଧାରଣାରେ ବସିଥିବା ଦେଖାଯାଇଛି ।
ଚେୟାରମ୍ୟାନ ଅଫସି୍ ରୁମ ଖୋଲିବା ଦାବିରେ ଅଧ୍ୟକ୍ଷା ଶାନ୍ତିଲତା ଫତେଗଡ ଥାନା ପୋଲିସର ସହଯୋଗ ଲୋଡିଥିଲେ । ଖବର ପାଇ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ, ଫତେଗଡ଼ ଥାନା ଆଇଆଇସି ଗିରିଜାନନ୍ଦନ ପଟ୍ଟନାୟକ ବ୍ଲକ ପରିସରରେ ପହଞ୍ଚଥିଲେ । ଚେୟାରମ୍ୟାନ ଶାନ୍ତିଲତାଙ୍କ ଉପସ୍ଥିତିରେ ଉପ-ଜିଲ୍ଲାପାଳ ଓ ପୋଲିସ ଅଧିକାରୀ ବ୍ଲକସ୍ତରୀୟ କେତେକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଚେୟାରମ୍ୟାନ ଅଫିସ ରୁମକୁ ଭାଇସ୍ ଚେୟାରମ୍ୟାନ କବଜା କରି ରଖିଥିବା ଅଧ୍ୟକ୍ଷା ଆପତ୍ତି ଉଠାଇ ଥିଲେ । କେବଳ ସେତିକି ନୂହେଁ, ଦୁଇ ବର୍ଷ ଧରି ଚେୟାରମ୍ୟାନଙ୍କ ଜାଲ ଦସ୍ତଖତ କରି ଭାଇସ୍ ଚେୟାମ୍ୟାନ କୋଟି କୋଟି ଟଙ୍କା ସରକାରୀ ଉନ୍ନୟନ ଯୋଜନାର ଅର୍ଥ ଅପବ୍ୟବହାର ଓ ଅତ୍ମସାତ କରିଥିବା ଥାନାରେ ଅଭିଯୋଗ ପରେ ତାଙ୍କୁ କାର୍ଯ୍ୟାଳୟରେ ବସିବାର ସୁଯୋଗ ଦିଆଯାଉ ନଥିବା ଅକ୍ଷ୍ୟକ୍ଷା ଶାନ୍ତିଲତା ସୂଚାଇ ଥିଲେ ।
ଏପରିସ୍ଥଳେ ଆଇନ ଅନୁଯାୟୀ ସରକାରୀ କାର୍ଯ୍ୟଳୟ ପରିସରରେ ଉଦ୍ଦିଷ୍ଠ ଚେୟାରମ୍ୟାନ ରୁମ୍ରୁ ତୁରନ୍ତ ତାଲା ଫିଟାଇବା ଆଦେଶ ପରିବର୍ତ୍ତେ ଉପ-ଜିଲ୍ଲାପାଳ ଏବଂ ପୋଲିସ୍ ଅଧିକାରୀ ଚେୟାରମ୍ୟାନ କାର୍ଯ୍ୟ କରିବାକୁ ୭ ଦିନ ମଧ୍ୟରେ ଅନ୍ୟ ଏକ ରୁମ ସୁବିଧା କରାଯିବା ନିଷ୍ପତ୍ତି ହସ୍ୟସ୍ପଦ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି । ଏହା ପ୍ରଶାସନିକ କାର୍ଯ୍ୟଦକ୍ଷତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଅନେକ କହିଛନ୍ତି । ସେପଟେ କହା ସ୍ୱାର୍ଥ ଲାଗି ବ୍ଲକ ଚେୟାରମ୍ୟାନ ରୁମରେ ତାଲା ପକାଇ ରଖା ଯାଇଛି ଏବଂ ଅଧ୍ୟକ୍ଷାଙ୍କ ଆପତ୍ତି ସତ୍ୱେ ତାଙ୍କୁ ଚେୟାରମ୍ୟନ ରୁମ୍ ରେ କାର୍ଯ୍ୟ କରିବାର ସୁଯୋଗ ଦେବାରେ ଅଧିକାରୀ ଏପରି ପଛଗୁଞ୍ଚା ଦେଉଛନ୍ତି ତାହ ଅଧ୍ୟକ୍ଷା ଶାନ୍ତିଲତା ଓ ତାଙ୍କ ସମର୍ଥକଙ୍କୁ ବିସ୍ମିତ କରିଛି । ‘ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି’ ଭାପୁର ବ୍ଲକର ଏହିସବୁ ଘଟଣା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ବାସ୍ତବ ଚିତ୍ର ସଂପର୍କରେ ସ୍ପଷ୍ଟ ସୂଚିତ କରୁଛି ।

Comments are closed.