Odisha news

ନୟାଗଡ଼ ଜିଲ୍ଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନା କମିଟି ବୈଠକ

0

ନୟାଗଡ଼ : ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନା କନଭରଜେନସ୍ କମିଟି ଓ ଗ୍ରାମ ବିକାଶ ଅନୁମୋଦନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଂଚଳ ବେହେରା ଏହି ଯୋଜନା ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ ।

୫୦୦ରୁ ଉର୍ଦ୍ଧ ଲୋକସଂଖ୍ୟା ଏବଂ ୫୦ ପ୍ରତିଶତରୁ ଅଧିକ ଅନୁସୂଚୀତ ଜାତି ବାସ କରୁଥିବା ଗ୍ରାମକୁ ଏହି ଯୋଜନାରେ ସାମିଲ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାର ୧୫ଟି ଗ୍ରାମକୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବୈଠକରେ ଆଲୋଚନା କରାଯାଇ ସେସବୁ ଗାଁରେ ଭିତ୍ତିଭୂମିର ବିକାଶକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ନୟାଗଡ଼ ବ୍ଲକ ଲେଖନପୁର ଗାଁ, ଖଣ୍ଡପଡ଼ା ବ୍ଲକ ପଥରଦ୍ୱାର ଗାଁ, ଗଡ଼ିଆସାହି ଆଦି ଉକ୍ତ ଯୋଜନାରେ ମାସିଲ କରାଯାଇଥିଲା । ଗଣିଆ ବ୍ଲକର ବିଜୟନଗର, ରାଉତପଡ଼ାପାଟଣା, ଓସ୍ତିଆ, ଛାଡ଼ମୁଳ, ଛାମୁଣ୍ଡିଆ, ପତଣ୍ଡ ଅଦି ଯୋଜନା ଭୁକ୍ତ ହୋଇଥିବା ଜଣାପଡ଼ିଛି ।

ଦଶପଲ୍ଲା ବ୍ଲକ ବୁରୁପାଲୁ, ପଥୁରିଆ, ରଣପୁର ବ୍ଲକ କରଡ଼ାପଲା, ଓଡ଼ଗାଁ ବ୍ଲକର ଗୁଆଣ୍ଡା ଗାଁ ସହିତ ନୂଆଗାଁ ବ୍ଲକ ଆମ୍ବପଡ଼ା ଓ ନନ୍ଦିଘୋଷପୁର ଗାଁକୁ ଉପରୋକ୍ତ ଯୋଜନାରେ ସାମିଲ କରାଯାଇଛି ।

ଏହି ଗ୍ରାମଗୁଡ଼ିକର ଉନ୍ନତି କରଣ ପାଇଁ ସଂପୃକ୍ତ ବିଭାଗ ଯନôବାନ ହେବାପାଇଁ ଜିଲ୍ଲାପାଳ ଡା. ଟୁଡୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ପିଡି ଡିଆରଡିଏ୍, ଉପ-ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଏବଂ ସଂପୃକ୍ତ ପଂଚାୟତ ସରପଂଚମାନେ ଯୋଗ ଦେଇଥିଲେ ।

Nalco
Leave A Reply