Odisha news

ନୟାଗଡ଼ରେ ବ୍ୟାପିଚାଲିଛି କରୋନା ଭୂତାଣୁ

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ଭୂତାଣୁ କାୟାବିସ୍ତାର କରି ଚାଲିଛି । ବିଶେଷ କରି ଜିଲ୍ଲାରେ ଡାକ୍ତର, ନର୍ସଙ୍କ ସହିତ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଏସବୁ ଫଳରେ କରୋନାର ସଂକ୍ରମଣ କେତେ ଦୂର ବ୍ୟାପିଛି ତାହା ଅନୁମାନ ଲଗାଇବା କଷ୍ଠକର ହୋଇ ପଡ଼ିଛି । ଏପରି ଅବସ୍ଥାରେ ଦିନ କୁ ଦିନ ଗୋଷ୍ଠୀ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟଣା ଉଦ୍ବେଗର କାରଣ ପାଲଟିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ନୟାଗଡ଼ ସହରର ୨ ଲେନ୍ ଓ ଦଶପଲ୍ଲା ବ୍ଲକର ଗୋଟିଏ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ନୟାଗଡ଼ ଜିଲ୍ଲାରେ କୋଭିଡ-୧୯ ଭୂତାଣୁ କାୟାବିସ୍ତାର କରିବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଛି । କରୋନା ଚିକିତ୍ସା ଓ ସେବା କ୍ଷେତ୍ରରେ ନିୟୋଜିତ ୨୩ଜଣ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଛନ୍ତି । ମୋଟ ୧୭୯ ସୁସ୍ଥ ହୋଇଥିବା ବେଳେ ୯୪ ଜଣ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଥିବା ସରକାରୀ ଭାବେ କୁହାଯାଇଛି । ଗତ ୩ଦିନ ର କରୋନା ସଂକ୍ରମଣ ରିପୋର୍ଟକୁ ଲକ୍ଷ୍ୟ କଲେ ଜିଲ୍ଲାରେ ଆଉ ଜଣେ ଡାକ୍ତରଙ୍କ ସହ ୧୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।

ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସ୍ ବିଭାଗ ଆକ୍ରାନ୍ତଙ୍କ ଦ୍ୱରା କେତେ ସଂଖ୍ୟାରେ ସାଧାରଣ ଲୋକ ସଂକ୍ରମିତ ହୋଇଥିବେ ତାହାର ହିସାବ ଏବେ ଜାଣିବା କାଠିକର ହୋଇଛି । ସୂଚନା ଅନୁଯାୟୀ ଶନିବାର ଦିନ ନୟାଗଡ଼ ସହରର ଏମ୍ ଆଇ କଲୋନୀ ଏବଂ ବଳରାମ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ଦଶପଲ୍ଲା ବ୍ଲକ ବନ୍ଧୁଗାଁ ଦଳିତ ସାହିକୁ ମଧ୍ୟ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏପରି କାରଣରୁ ଜିଲ୍ଲାରେ କରୋନା ସଂକ୍ରମଣ ସାଧାରଣ ସ୍ତରରକୁ ବ୍ୟାପି ଯାଇଥିବା ଆଶଙ୍କା ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଲୋକଙ୍କ ସ୍ୱାବ୍ ପରୀକ୍ଷା କରି ସଂକ୍ରମଣ ଚିହ୍ନଟ ସହ ଚିକିତ୍ସ କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲେ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ଅନେକ ମତ ରଖିଛନ୍ତି ।

Nalco

Leave A Reply