ନୟାଗଡ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଜଗନ୍ନାଥ ପ୍ରସାଦ ରାସ୍ତା ରେ ଥିବା ପାଖା ପାଖି ୨୦ ବର୍ଷ ର ବେଲପା ନଦୀ ପୋଲ ଗତକାଲି ରାତ୍ରରେ ଭୁଶୁଡ଼ି ଯାଇଛି।ନୟାଗଡ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସୋରଡ଼ା ଠାରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ଯାଇଥିବା ଆର୍ ଡି ରାସ୍ତାରେ ବେଲପା ନଦୀ ଉପରେ ଏକ ବହୁ ବର୍ଷର ପୋଲ ରହିଥିଲା।
ଏହି ରାସ୍ତା ଉପରେ ଜଗନ୍ନାଥ ପ୍ରସାଦ,ସୋରଡ଼ା, ସିକ୍ରିଡ଼ା,ଗୌଡ ଚଞ୍ଚ ରା ପଲ୍ଲୀ,ଏବଂ ଆଖପାଖ ୫ ରୁ ଉର୍ଦ୍ଧ୍ବ ଗ୍ରାମ ର ହଜାର ହଜାର ଲୋକ ଯାତାୟାତ ପାଇଁ ନିର୍ଭର କରିଥାନ୍ତି।ବହୁ ବର୍ଷ ତଳେ ନିର୍ମାଣ ହୋଇଥିବା ପୋଲ ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଗତକାଲି ପ୍ରବଳ ବର୍ଷା ହେବା ଯୋଗୁଁ ନଦୀରେ ପାଣି ଆସି ପୋଲଟି ର ଗୋଟିଏ ମୁଣ୍ଡରୁ କିଛି ଅଂଶ ବଡ଼ ଗର୍ତ୍ତ ହୋଇ ତଳକୁ ଖସିପଡିଥିଥିଲା।ଯାହାଫଳରେ ୫ ରୁ ଉର୍ଦ୍ଧ୍ବ ଗ୍ରାମ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି।ଯାହାଫଳରେ ଲୋକମାନଙ୍କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଏପରିକି ଲୋକମାନେ ନଦୀ ପାର ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ପ୍ରଶାସନ ନଦୀ ର ପୋଲ ନିକଟକୁ ଆସି ତଦାରଖ କରିଥିଲେ।ଏପଟେ ନୂତନ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।