Odisha news

ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ

0

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗହଳିକୁ ନଯାଇ, ଗହଳି ନକରି ଲୋକଙ୍କ ସହ ଟେକ୍ନୋଲୋଜି ଦ୍ୱାରା ଯୋଡ଼ି ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ବିଧାୟକମାନଙ୍କୁ ଏହିପରି ଆହ୍ୱାନ ଦେଇଛନ୍ତି ସିଏମ୍‌। କୋଭିଡ ଗାଇଡଲାଇନ ମାନି ପ୍ରତ୍ୟେକ ପଦକ୍ଷେପ ନେବାକୁ ସେ ବିଧାୟକମାନଙ୍କୁ କହିଛନ୍ତି।

ସେ କହିଛନ୍ତି, ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। ତେଣୁ ଆମକୁ ଅଧିକ କାମ କରିବାକୁ ହେବ। ଏଥିସହିତ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ବ୍ୟାପକ କରିବା, ଦଳୀୟ କର୍ମୀ କୋଭିଡ଼ କାର୍ଯ୍ୟରେ ସ୍ୱେଚ୍ଛାସେବୀ ହେବା ସହ ମାସ୍କ, ସାମାଜିକ ଦୂରତା ମାନିବାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜୀବନଜୀବିକା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋର୍‌ଦାର୍ କରିବାକୁ ମଧ୍ୟ କହିଛନ୍ତି ବିଜେଡି ସୁପ୍ରିମୋ।

Leave A Reply