Odisha news

ଆଜି ହେଉଛି ଚୈତ୍ର ନବରାତ୍ରୀ ର ପ୍ରଥମ ଦିନ : ମା ଦୁର୍ଗା ଙ୍କ କୃପା ଲାଭ କରିବା ପାଇଁ କରି ନିଅନ୍ତୁ ଏହି ୯ଟି ଉପାୟ , ବର୍ଷ ସାରା ଦୁର ହେବ ଧନ ର ଅସୁବିଧା ଓ ଐଶ୍ୱର୍ଯ୍ୟ ଲାଭ ହେବ

0
ଆଜି ଠୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରୀ । ଯାହାର ମହତ୍ତ୍ଵ ଆମ ହିନ୍ଦୁ ଧର୍ମରେ ରହିଛି । ଏହି ମାସଟି ବିଶେଷ ଭାବରେ ମା ଦୁର୍ଗା ବା ମା ମଙ୍ଗଳା ଙ୍କ ମାସ ଅଟେ । ପ୍ରାୟ ସମସ୍ତ ହିନ୍ଦୁ ପରିବାର ରେ ଏହି ମାସଟି କୁ ଗୁରୁତ୍ଵ ଦିଆଯାଏ । ତେଣୁ ନବରାତ୍ରୀ ଆରମ୍ଭ ହେବା ମାତ୍ରକେ ମାଙ୍କୁ ସ୍ବାଗତ ଜଣାଇବା ପାଇଁ କିଛିଟା ଶୁଭ କାର୍ଯ୍ୟ କରିବା ଉଚିତ୍ ।
* ଚୈତ୍ର ନବରାତ୍ରୀ ର ପ୍ରଥମ ଦିନ ରେ ଘରର ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ରର ତ୍ୱରଣ ଲଗାନ୍ତୁ । ଏହାପରେ ଗଙ୍ଗା ଜଳ ଓ ହଳଦୀ ଛିଞ୍ଚି ମା ଙ୍କୁ ସ୍ଵାଗତ କରନ୍ତୁ ।
* ଏହାପରେ ମାଙ୍କୁ ସ୍ମରଣ କରି ଘରର ଆଗ୍ନେୟ କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ କୋଣରେ ଗୋଟିଏ ନାଲି ପତାକା ଲଗାନ୍ତୁ ଏହାଦ୍ବାରା ଆପଣଙ୍କ ଜୀବନ ରେ ସମୃଦ୍ଧି ପ୍ରାପ୍ତ ହେବ।
* ମା ଦୁର୍ଗା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ଦିଗରେ ଅଖଣ୍ଡ ଦୀପ ଜଳାଇ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ।
* ନବରାତ୍ରୀ ର ପ୍ରଥମ ଦିନ ନାଲି ରଙ୍ଗର ବସ୍ତ୍ର ମାଙ୍କୁ ପିନ୍ଧେଇବା ଦ୍ଵାରା ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ ଓ କାର୍ଯ୍ୟରେ ମଧ୍ୟ ସଫଳତା ମିଳେ ।
* ଏହିଦିନ ଦାନ ଧର୍ମର ବିଶେଷ ମହତ୍ତ୍ଵ ରହିଥିବା କାରଣରୁ ସଧବା ନାରୀ ମାନଙ୍କୁ ଶଙ୍ଖା ସିନ୍ଦୁର ଅଳିତା ଦିଅନ୍ତୁ , ଏହାଦ୍ବାରା ଆପଣ ଅଖଣ୍ଡ ସୌଭାଗ୍ୟ ବତୀ ହେବେ ।
* ପ୍ରତିଦିନ ମାଙ୍କ ନିକଟରେ ଦୁର୍ଗା ଚାଳିଶା ପାଠ କରିବା ନିହାତି ଜରୁରୀ। ଏପରି କରିବା ଦ୍ବାରା ନିଜ ଜୀବନ ଓ ଘରର ସମସ୍ତ ସଦସ୍ୟ ଙ୍କ ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ ।
* ବ୍ରତାଧାରି ମାନେ ଏହି ୯ଦିନ ପର ଚର୍ଚ୍ଚା, ପର ନିନ୍ଦା, କଟୁ ବ୍ୟବହାର , ମାଂସ ମଦିରା ଠାରୁ ଦୂରେଇ ରହିବା ଆବଶ୍ୟକ।
* ୯ଦିନ ପର୍ଯ୍ୟନ୍ତ ମାଙ୍କ ନିକଟରେ ୯ଟି ମିଠା ବ୍ୟଞ୍ଜନ ର ପ୍ରସାଦ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ କୁଶଳ ଓ ମଙ୍ଗଳ ଲାଗି ରହିବ ।
* ନବରାତ୍ରୀ ର ୯ ଦିନ ପର୍ଯ୍ୟନ୍ତ ଘରର ଆର୍ଥିକ ଅନାଟନ କୁ ଦୁର କରିବା ପାଇଁ ଦରିଦ୍ର ଙ୍କୁ ଭୋଜନ କରାନ୍ତୁ । ଏହା ସହିତ ଆପଣଙ୍କ ରିଷ୍ଟ୍ ମଧ୍ୟ ଖଣ୍ଡନ ହେବ।
IEC 2 years
Leave A Reply