ଚୈତ୍ର ନବରାତ୍ରି ପାଳନ କରିବା ବେଳେ କିଛିଟା ବିଶେଷ ନିୟମ ରହିଛି , ନବରାତ୍ରି ପାଳନ କରିବା ପଛରେ ଆଧ୍ୟାତ୍ମିକ ଇଛା ପୂର୍ତ୍ତି , ସିଦ୍ଧି , ମୋକ୍ଷ ପ୍ରାପ୍ତି ପାଇଁ ଖୁବ ମହତ୍ଵପୁର୍ଣ ଅଟେ l ଏହିପର୍ବ ମା ଆଦିଶକ୍ତି ମା ଦୁର୍ଗାଙ୍କୁ ସମର୍ପିତ ଅଟେ l
ବର୍ଷକୁ ଦୁଇଟି ପ୍ରତ୍ୟକ୍ଷ ନବରାତ୍ରି ପାଳିତ ହୋଇଥାଏ, ଏବଂ ଗୋଟିଏ ନବରାତ୍ରି ଚୈତ୍ର ମାସରେ ଏବଂ ଅନ୍ୟଟି ଆଶ୍ୱିନ ମାସରେ l ଚୈତ୍ର ନବରାତ୍ରି ଠାରୁ ହିନ୍ଦୁ ନୂତନ ବର୍ଷ ପାଳିତ ହୋଇଥାଏ l ନବରାତ୍ରି ଦିନରୁ ମାଙ୍କ ନବଦିନ ର ବିଧି ପାଳିତ ହୋଇଥାଏ l କିନ୍ତୁ ଚୈତ୍ର ନବରାତ୍ରି ପାଳନର ବିଧି କଣ ରହିଛି ତାହା ଜାଣିବା ଜରୁରୀ l
ଚୈତ୍ର ନବରାତ୍ରି ଉପବାସ କିପରି ରଖିବେ –
ନବରାତ୍ରି ସମୟରେ ଉପବାସ କୁ ବିଭିନ୍ନ ସ୍ତରରେ ରହିଥାଏ , ରସୋପବାସ, ଫଳପବାସ, ଦୁଗ୍ଧପବାସ, ଲଘୁ ଉପବାସ, ଅର୍ଧ ଉପବାସ ଓ ପୁର୍ଣ ଉପବାସ କରାଯାଇଥାଏ l ଜୀଏବି ଏହି ନବରାତ୍ରି ବ୍ରତ କରୁଛନ୍ତି ଯେ ତେବେ ନିଷ୍ଠାର ର ସହିତ ଉପବାସ କରିବା ଜରୁରୀ l
ନବରାତ୍ରି ରେ କଣ ଖାଇବା ଜରୁରୀ –
ଯଦି ଆପଣ ନବରାତ୍ରି ରେ ଫଳ ଆହାର କରୁଛନ୍ତି ତେବେ ରାତ୍ରି ଭୋଜନ ବର୍ଜନୀୟ ଅଟେ, ଏହି ନବରାତ୍ରି ସମୟରେ ଆପଣ ଅନ୍ନ ସ୍ଥାନରେ ସାଗୁ, ଅଟା ଗ୍ରହଣ କରିବେ ତେବେ ଏହା ଗ୍ରହଣୀୟ ଅଟେ l ନବରାତ୍ରି ସମୟ ରେ ସୈନ୍ଧବ ଲୁଣ ସେବନ କରାଯାଇ ଥାଏ l
ନବରାତ୍ରି ର ନିୟମ –
– ନବରାତ୍ରି ସମୟ ରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ ଏବଂ ନଅଦିନ ପର୍ଯ୍ୟନ୍ତ କଳା ବସ୍ତ୍ର ପିନ୍ଧିବା ଜରୁରୀ ନୁହେଁ l
– ଏବଂ ବ୍ରତ ଧାରୀ ମାନେ ଦିନରେ ଶୋଇବା ଉଚିତ ନୁହେଁ l
– ଏବଂ ନଅଦିନ ବ୍ରତ ସମୟ ରେ ଆମିଷ ଭୋଜନ କରିବା ଉଚିତ ନୁହେଁ, ମଦ୍ୟପାନ କରିବା ମଧ୍ୟ ଠିକ ନୁହେଁ l
– ନବରାତ୍ରି ସମୟ ରେ କେଶ କାଟିବା, ନଖ କାଟିବା, ଉଚିତ ନୁହେଁ l