ନାଉଗାଁ,୬ା୫: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ୪ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ଜାମୁଗାଁ ପଂଚାୟତର ୩ ଜଣ ଥିବା ବେଳେ ତିରୁଣା ପଂଚାୟତର ଜଣେ ଥିବା ଜଣାଯାଇଛି । ଏମାନେ ସମସ୍ତେ ସୁରତ୍ରୁ ସିଧା ନାଉଗାଁ ବ୍ଳକର ଜମୁଗାଁ ପଂଚାୟତରେ ଥିବା ସଂଗରୋଧ କେନ୍ଦ୍ରକୁ ଆସିଥିଲେ ।
ସେମାନଙ୍କର ସ୍ୱାବ ପରୀକ୍ଷା ପରେ ପଜିଟିଭି ଥିବା ଜଣାଯାଇଛି । ସେମାନଙ୍କ ଠାରେ ପଜିଟିଭି ଚିହ୍ନଟ ହେବା ପରେ ନାଉଗାଁ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟରେ ଯେଉଁମାନେ ସଂଗରୋଧ କେନ୍ଦ୍ର ରହିଥିଲେ ସେମାନଙ୍କର ପରିବାର ଲୋକ ଭେଟିବାକୁ ଯାଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ନାଉଗାଁ ଅଂଚଳବାସୀଙ୍କ ମଧ୍ୟରେ ଅଧିକ ଭୟ ସୃଷ୍ଟି ହେଉଛି ।